www.samajalive.in
Saturday, December 6, 2025
26.1 C
Bhubaneswar

ମୂଲ୍ୟବାନ୍ କାଠ ଗାଡି ଜବତ 

ଝୁମ୍ପୁରା : ଚମ୍ପୁଆ ରେଞ୍ଜ ବାଲିବନ୍ଧ ବନପାଳ ଅନ୍ତର୍ଗତ କଟଲପଶି ଧାତିକା ରାସ୍ତାର କଟଲ ପଶି ଛକ ନିକଟରୁ ଶୁକ୍ରବାର ପୂର୍ବାହ୍ନରେ ଏକ ଶିମିଳି ପଟା ନେଉ ଯାଉଥିବା ଗାଡିକୁ ବନ ବିଭାଗ ଜବତ କରିବାକୁ ସକ୍ଷମ ହୋଇଥିବା ଜଣାଯାଇଛି। ଚମ୍ପୁଆ ରେଞ୍ଜ ଅଧିକାରୀ ଘାସିନାଥ ପାତ୍ର କୌଣସି ସୂତ୍ରରୁ ଖବର ପାଇଥିଲେ ଯେ, ଏକ ଗାଡିରେ ଶିମିଳି ପଟା ବୋଝେଇ ହୋଇ ଗାଡିଟି କଟପଶି ଧାତିକା ରାସ୍ତାରେ ଯାଉଛି। ବାଲିବନ୍ଧ ବନପାଳ ଖଗେଶ୍ୱର ବାରିକ, ଗୁମୁରା ବିଟ ବନରଖି  ଦେବାଶିଷ ମହାପାତ୍ର ଏବଂ ୫ ଜଣ ପାରା ଷ୍ଟାପକୁ ନେଇ ବନପାଳ ଚଢଉ କରିଥିଲେ। ବନ ବିଭାଗର ଗାଡିକୁ ଦେଖି ଦ୍ରୁତ ଗତିରେ କାଠ ପଟା ନେଉ ଯାଉଥିବା ଗାଡିଟି  ଯାଉଥିବା ସମୟରେ ବନ ବିଭାଗ ପିଛା କରି କଟଲ ପଶି ନିକଟରେ  କାଠ ଗାଡି ପହଞ୍ଚି ଥିବା ସମୟରେ କାଠ ଗାଡିର ଚାଳକ ଗାଡିକୁ ରାସ୍ତା କଡରେ ଛିଡା କରି ଦୌଡି ପଳାଇବାକୁ ସକ୍ଷମ ହୋଇଛି। ବନବିଭାଗ ଜବତ କରିଥିବା ଗାଡିରେ ୧୧୪ ଖଣ୍ଡ ଶିମିଳି ପଟା ରହିଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧୨ ହଜାର ଟଙ୍କା ହେବ ବୋଲି ବାଲିବନ୍ଧ ବନପାଳ ସୂଚନା ପ୍ରଦାନ କରିଛନ୍ତି । କାଠ ପଟା ନେଇ ଯାଉଥିବା ବିଶିଷ୍ଟ ଗାଡିକୁ ବନ ବିଭାଗ ଜବତ କରିଛି। ଶିମିଳି କାଠ ପଟା ନେଇ ଯାଉଥିବା ଗାଡିଟି କାହାର ଏବଂ କେଉଁ ବ୍ୟକ୍ତି ଏହି ଶିମିଳି କାଠ ପଟା ଗୁଡିକ ନେଇ ଯାଉଥିଲା ତାର ସଂପୂର୍ଣ୍ଣ ତଥ୍ୟ ବନ ବିଭାଗ ହସ୍ତଗତ ହୋଇନଥିବା ଜଣାଯାଇଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories