ପାଟଣା : ରବିବାର ଛୁଟିଦିନ ଥିବା ବେଳେ ସାହାରପଡ଼ା ବ୍ଲକ ଦିଗ ପଶି ପଞ୍ଚାୟତ ଗୋଦାମରୁ ଯୋଗାଣ ସହାୟକ କୁଶାଲ ହାଁସଦା ଗୋଟିଏ ବସ୍ତା ବିପିଏଲ ଚାଉଳ ବାଇକରେ ବାନ୍ଧି ନେବା ସମୟରେ ଗ୍ରାମବାସୀ ତାଙ୍କୁ ଧରିଛନ୍ତି। ଯୋଗାଣ ସହାୟକ ସରକାରୀ ଚାଉଳ ଚୋରୀ କରୁଥିବା ନେଇ ଅଭିଯୋଗ ହେବା ସହ ଏଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମବାସୀ ଘଟଣା ସମ୍ପର୍କରେ ସାହାରପଡ଼ା ବିଡ଼ିଓ ଙ୍କୁ ଜଣାଇଛନ୍ତି। ଏ ସମ୍ପର୍କରେ ବିଡ଼ିଓ ଲମ୍ବୋଦର ଖୁଣ୍ଟିଆ ଙ୍କୁ ଯୋଗାଯୋଗ କରାଯିବାରେ ସେ ଅଭିଯୋଗ ପାଇଛନ୍ତି ଓ ତଦନ୍ତ କରି ସୂଚନା ଦେବାକୁ ଯୋଗାଣ ନିରୀକ୍ଷକ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି। ସାହାରପଡା ବ୍ଲକ ଅଞ୍ଚଳ ର ବିଭିନ୍ନ ହାଟ ବଜାରରେ କୁଇଣ୍ଟାଲ କୁଇଣ୍ଟାଲ ବିପିଏଲ ଚାଉଳ ବିକ୍ରି ହେଉଥିବା ଅଭିଯୋଗ ଥିବାବେଳେ ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।
Popular Categories



