www.samajalive.in
Saturday, December 6, 2025
26.1 C
Bhubaneswar

ଗାଁ ଦାଣ୍ଡରେ ପାଣି ଜମିବା ଘଟଣା; ଆକ୍ସନ ମୋଡର ପାଟଣା ତହସିଲଦାର

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ବାଉଁଶୁଳି ପଞ୍ଚାୟତ ଭୁଲୁଦା ଗ୍ରାମର ବାଘମରା ସାହି ରାସ୍ତାରେ ମନୁଷ୍ୟ କୃତ ବନ୍ୟା ସୃଷ୍ଟି ହେଉଛି। ଦୁଇ ତିନି ଜଣ ଲୋକ ଏଥିପାଇଁ ସମ୍ପୁର୍ଣ୍ଣ ଦାୟୀ ବୋଲି କୁହାଯାଉଥିବା ବେଳେ ଦୀର୍ଘ ଦିନ ହେଲା ସମସ୍ୟା ର ସ୍ଥାୟୀ ସମାଧାନ ହୋଇ ପାରୁନାହିଁ।
ଖବର ନେବାରୁ ଜଣାପଡିଛି ଯେ, ପାଟଣା ତହସିଲ ବାଉଁଶୂଳୀ ପଞ୍ଚାୟତ ଭୁଲୁଦା ଗ୍ରାମ ବାଘମରା ସାହିର ପ୍ରାୟ ୪୦ ଟି ଗରିବ ତଥା ଚାଷି ପରିବାର ସାହି ରାସ୍ତା ଉପରେ ଜବର ଦଖଲ କରିଥିବା କାରଣରୁ କାର୍ଯ୍ୟାନୁଷ୍ଠାନ ପାଇଁ ନୋଟିସ ଲଗାଇବାକୁ ଯାଉଛନ୍ତି ପାଟଣା ତହସିଲଦାର। ସୂଚନା ଅନୁସାରେ ଗାଁ ଦାଣ୍ଡରେ ବର୍ଷା ପାଣି ଜମୁଛି, ତେବେ ବର୍ଷା ପାଣିର ନିଷ୍କାସନ ତଥା ଡ୍ରେନର ବ୍ୟବସ୍ଥା ନ କରି, ବର୍ତ୍ତମାନ ବାଘମରା ସାହି ଦାଣ୍ଡରେ ୫୦ କଡି ପାଖାପାଖି ୩୦ଫୁଟ ହିସାବରେ ମାପି ସାହିର ୪୦ଟି ଘର ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ତହସିଲଦାର ନୋଟିସ କରିଥିବା କୁହାଯାଉଛି । ଗାଁ ଦାଣ୍ଡ ନିୟମ ଅନୁସାରେ ଉକ୍ତ ଗାଁ ଦାଣ୍ଡରେ ଡ୍ରେନ୍ ପାଇଁ ପର୍ଯାପ୍ତ ଜାଗାଥିବା ସତ୍ତ୍ୱେ କେଉଁ ଉଦ୍ଦେଶ୍ୟରେ ଗରିବଲୋକ ଙ୍କ ଘର ଭାଙ୍ଗିବା ପାଇଁ ରାଜସ୍ବ ବିଭାଗ ଚିନ୍ତା କରୁଛି ତାହାର ପ୍ରକୃତ କାରଣ ଜଣାପଡି ନାହିଁ । ଏହି ଘଟଣା ପୂର୍ବରୁ କେନ୍ଦୁଝର ଉପ ଜିଲ୍ଲାପାଳଙ୍କ ଅଦାଲତରେ ବିଚାର କରାଯାଇ ବାଘମରା ସାହି ଦାଣ୍ଡର ଉଭୟ ପାର୍ଶ୍ଵରେ ଡ୍ରେନ୍ ବ୍ୟବସ୍ଥା କରି ଜଳ ନିଷ୍କାସନ ପାଇଁ ନିର୍ଦେଶ ଦିଆଯାଇଥିଲା । ଡ୍ରେନ ନହେବା କାରଣରୁ ଲୋକମାନେ ବର୍ଷା ଦିନରେ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ବାଘମରା ସାହିବାସୀ ଆଜି  ଖିରେଇଟାଙ୍ଗିରୀ ଆର୍ ଆଇଙ୍କ କାର୍ଯ୍ୟାଳୟରେ ପାଟଣା ତହସିଲଦାର ଏବଂ ସ୍ଥାନୀୟ ଆର ଆଇଙ୍କୁ ସାକ୍ଷାତ କରି ସାହିର ସମସ୍ତ ଘରକୁ ସୁରକ୍ଷା ଦେଇ ସାହି ରାସ୍ତାର ଦୁଇ କଡରେ ଡ୍ରେନ ବ୍ୟବସ୍ଥା କରିବା ପାଇଁ ଦାବି ପତ୍ର ଦେଇଛନ୍ତି।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories