www.samajalive.in
Sunday, December 7, 2025
16.1 C
Bhubaneswar

ବାଇକ୍ ଦୁର୍ଘଟଣାରେ ଯୁବକ ଗୁରୁତର

ପାଟଣା : ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ନଂ ଜାତୀୟ ରାଜପଥର ପିପିଳିଆ ନିକଟରେ ପୂର୍ବାହ୍ନ ୧୧ ଟା ୩୦ ରେ କେନ୍ଦୁଝରରୁ ଘଟଗାଁ ଆଡକୁ ବାଇକ୍ ଯୋଗେ ତାଳଚେରର ଦୀପକ ଶର୍ମା ନାମକ ଜଣେ ଯୁବକ ଯାଉଥିବା ସମୟରେ ବାଇକ୍ ଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଦୀପକଙ୍କ ମୁଣ୍ଡ ମାଡ଼ ହୋଇ ପ୍ରବଳ ରକ୍ତ ସ୍ରାବ ହେବା ସହ ସେ ଘଟଣା ସ୍ଥଳରେ ଗୁରୁତର ହୋଇପଡିଥିଲେ। ଦୁର୍ଘଟଣାସ୍ଥଳ ନିକଟରେ ଘର କରି ରହୁଥିବା ଆଶାକର୍ମୀ ସାବିତ୍ରୀ ମହାନ୍ତ ସେଠାକୁ ଆସି ଦୀପକଙ୍କ ମୁଣ୍ଡ ମୁହଁକୁ କପଡ଼ା ରେ ବାନ୍ଧି ତାଙ୍କୁ ଖଣ୍ଟଘର ଟିକସ ଫାଟକ ଗାଡିରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ସେହି ସମୟରେ ରାସ୍ତାରେ ଯାଉଥିବା ଯୁବ ବିଜେଡ଼ି ସଭାପତି ଏସକେ ଇମରାନ ଦୁର୍ଘଟଣା ଗ୍ରସ୍ତଙ୍କୁ ଡାକ୍ତରଖାନା ପଠାଇବାରେ ସହଯୋଗ କରିଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories