ମାତୃ- ପିତୃ ପୂଜନ ଦିବସ ପାଳିତ

ଫୁଲବାଣୀ : ଫୁଲବାଣୀ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ଆନୁକୂଲ୍ୟରେ ଫୁଲବାଣୀ ହାଟପଦାଠାରେ  ଶ୍ରୀ ମା’ ନାରାୟଣୀଙ୍କ ଠାକୁରାଣୀ  ଯାତ୍ରା ପଡିଆ ସଭାଗୃହ ମଧ୍ୟରେ  ମାତୃ ପିତୃ ପୂଜନ ଦିବସ ପାଳନ କରାଯାଇଛି  । ସହରର ବହୁ ପିତାମାତା ଅଭିଭାବକ , ଅଜା -ଆଇ ସେମାନଙ୍କ ସନ୍ତାନ ମାନଙ୍କ ସହ ସମବେତ ହୋଇ ନିଜ ନିଜ ସନ୍ତାନମାନଙ୍କୁ ଆର୍ଶୀବାଦ ଦେଇ ସେମାନଙ୍କ ପୂଜା ଅର୍ଘ ଗ୍ରହଣ କରିଥିଲେ । ପ୍ରାରମ୍ଭରେ ବରିଷ୍ଠ ନାଗରିକ ସଂଘ ସଭାପତି କମଳା କାନ୍ତ ପାଣ୍ଡେ ବକ୍ତବ୍ୟ ରଖିଥିଲେ । ପିତା ମାତା ନିଜ ନିଜ ସନ୍ତାନମାନଙ୍କୁ ସଦ୍ ମାର୍ଗରେ ପରିଚାଳିତ କରିବା ସହ ସଦ୍ ଶିକ୍ଷା ସଦ୍ ମାର୍ଗ ଓ ଶିଷ୍ଟାଚାର ଶିକ୍ଷା ଦେବା  ଉପରେ ଗୁରୁତ୍ୱ ଆରୋପ କରିଥିଲେ । ବରିଷ୍ଠ ନାଗରିକ ଅମୟ କୁମାର ପଟ୍ଟନାୟକ, କୃଷ୍ଣ ଚନ୍ଦ୍ର ମିଶ୍ର, ନାରାୟଣ ସାହୁ, ବିକାଶ ମହାନ୍ତି, ପ୍ରମୋଦ ସାହୁ, ସୁବାଷ ବେହେରା ପ୍ରମୁଖ ଉପସ୍ଥିତ ରହି ମାତୃପିତୃ ପୂଜନ ଦିବସକୁ ସଫଳ କରିଥିଲେ ।

Comments are closed.