www.samajalive.in
Friday, December 12, 2025
19.1 C
Bhubaneswar

ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ପରମବୀର ସିଂହ, ଅଭିଯୋଗର ସିବିଆଇ ତଦନ୍ତ ଦାବି କଲେ

ନୂଆଦିଲ୍ଲୀ: ଆଣ୍ଟିଲିଆ ମାମଲାରୁ ମହାରାଷ୍ଟ୍ର ରାଜନୈତିକ ହଟଚମଟ ଦେଖାଦେଇଥିବାବେଳେ ଏବେ ଏହା ସୁପ୍ରିମକୋର୍ଟରେ ପହଞ୍ଚିଛି। ପୂର୍ବତନ ପୁଲିସ କମିଶନର ପରମବୀର ସିଂହ ସୋମବାର ସୁପ୍ରିମକୋର୍ଟରେ ପିଟିଶନ ରୁଜୁ କରି ତାଙ୍କ ଅଭିଯୋଗର ସିବିଆଇ ତଦନ୍ତ ପାଇଁ ନିର୍ଦେଶ ଦେବାକୁ ଅନୁରୋଧ କରିଛନ୍ତି।

ଆଣ୍ଟିଲିଆ ମାମଲାରେ ଗିରଫ ହୋଇଥିବା ମୁମ୍ବଇ ପୁଲିସର ଇଣ୍ଟେଲିଜେନ୍ସ ୟୁନିଟ ମୁଖ୍ୟ ସଚିନ ବାଜେଙ୍କୁ ଗୃହମନ୍ତ୍ରୀ ଅନିଲ ଦେଶମୁକ ମାସିକ ୧୦୦ କୋଟି ଟଙ୍କା ଆଦାୟ କରିବାକୁ କହିଥିବା ନେଇ ପରମବୀର ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଥିଲେ। ଏହା ପରେ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି। ବିଜେପି ସମେତ ଅନ୍ୟ ଏକ ବିରୋଧୀ ଦଳ ଦେଶମୁଖଙ୍କ ଇସ୍ତଫା ଦାବିରେ ଅଟଳ ରହିଛନ୍ତି।

- Advertisement -

ଏଭଳି ସ୍ଥିତିରେ ପରମବୀର ସୁପ୍ରିମକୋର୍ଟରେ ପିଟିଶନ ଫାଇଲ କରି ସେ ଚିଠିରେ କରିଥିବା ସମସ୍ତ ଅଭିଯୋଗର ସିବିଆଇ ତଦନ୍ତ କରାଇବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ, ଅନିଲ ଦେଶମୁଖଙ୍କ ଘର ବାହାରେ ଲାଗିଥିବା ସିସିଟିଭି ଫୁଟେଜକୁ ଜବତ କରି ତାହାର ତଦନ୍ତ କରାଯାଉ, ଯାହାଫଳରେ ସତ୍ୟ ସମସ୍ତଙ୍କ ସାମ୍ନାକୁ ଆସିପାରିବ।

ସୂଚନାଯୋଗ୍ୟ, ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ବାହାରୁ ବିସ୍ଫୋରକ ଭର୍ତ୍ତି ସ୍କର୍ପିଓ ମିଳିବା ମାମଲାରେ ପରମବୀରଙ୍କୁ ମୁମ୍ବଇ ପୁଲିସ କମିଶନର ପଦବୀରୁ ହଟାଯାଇଥିଲା। ଏହା ପରେ ପରମବୀର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଗୃହମନ୍ତ୍ରୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ।

Hot this week

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

Related Articles

Popular Categories