www.samajalive.in
Friday, December 12, 2025
19.1 C
Bhubaneswar

ଦୋଳ ଓ ହୋଲି ପାଳନ ନେଇ କଟକଣା ଜାରି କଲା ବିଏମ୍‌ସି

ଭୁବନେଶ୍ୱର: କରୋନା ପାଇଁ ଚଳିତ ଥର ଫିକା ପଡ଼ିବ ହୋଲି ଓ ଦୋଳ ମେଲଣ।କୋଭିଡ଼୍‌ କଟକଣା ମଧ୍ୟରେ ରାଜଧାନୀବାସୀ ପାଳନ କରିବେ ହୋଲି। ଭୁବନେଶ୍ବର ମହାନଗର ନିଗମ ଦୋଳ, ହୋଲି ପାଳନ ନେଇ ଆଜି ନୂଆ ନିର୍ଦେଶାବଳୀ ଜାରି କରିଛି।

ଗାଇଡ଼ଲାଇନ ଅନୁସାରେ, ଦୋଳ ବିମାନ ଧରିବା ପାଇଁ ସର୍ବାଧିକ ୬ଜଣ ବ୍ୟକ୍ତିଙ୍କୁ ଅନୁମତି ମିଳିବ । ଯାତ୍ରାରେ ସାମିଲ ସମସ୍ତ ବ୍ୟକ୍ତି ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଦୋଳ ବିମାନ ଶୋଭାଯାତ୍ରା ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ଦୋଳ ବିମାନ ଗଲାବେଳେ ​‌କୌଣସି ବାଦ୍ୟଯନ୍ତ୍ର​‌ ବାଜି ପାରିବନାହିଁ ।

- Advertisement -

ସେହିପରି ମେଲଣ ପଡ଼ିଆରେ ୫୦ରୁ ୬୦ ଜଣ ଲୋକ ରହିବାକୁ ଅନୁମତି ଦେବା ପାଇଁ ଆୟୋଜକଙ୍କୁ ନିର୍ଦ୍ଦେଶ ଦେଇଛି ବିଏମସି। ଏହାସହ ମେଲଣ ପଡ଼ିଆ ଭିତରେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ସହ ସମସ୍ତ କୋଭିଡ୍ କଟକଣା ମାନିବାକୁ କୁହାଯାଇଛି। ମେଲଣ ପଡ଼ିଆରେ ଯାତ୍ରା, ମୀନା ବଜାର ଆଦି ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଦୋଳ ମେଳଣର ଆୟୋଜନ ପାଇଁ ଆୟୋଜକଙ୍କୁ ବିଏମସିର ଅନୁମତି ନେବାକୁ ପଡ଼ିବ। କୋଭିଡ୍ କଟକଣାରେ ମନ୍ଦିର ଭିତରେ ସମସ୍ତ ନୀତିକାନ୍ତି ପାଳନ ହେବ ଏବଂ ଭକ୍ତଙ୍କ ପ୍ରବେଶକୁ ବାରଣ କରାଯାଇଛି ।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories