ପୂଜାରେ ବ୍ୟବହୃତ ପଞ୍ଚାମୃତର ମହତ୍ତ୍ବ

0

ସମସ୍ତ ପୂଜାରେ ମୁଖ୍ୟତଃ ପଞ୍ଚାମୃତ ଅର୍ପଣ କରାଯାଇଥାଏ। ଏହା ନ ଥିଲେ କୌଣସି ପୂଜା ସମ୍ପୂର୍ଣ୍ଣ ହୋଇନଥାଏ। ପଞ୍ଚାମୃତ ମୁଖ୍ୟତଃ ପାଞ୍ଚଟି ଦ୍ରବ୍ୟର ସମ୍ମିଳନୀରେ ପ୍ରସ୍ତୁତ କରାଯାଇଥାଏ। ଯଥା – କ୍ଷୀର, ଦହି, ଗଙ୍ଗାଜଳ, ଘିଅ ଓ ମହୁ।

କ୍ଷୀର : କ୍ଷୀର ମୁଖ୍ୟତଃ ଗାଈ ଠାରୁ ମିଳିଥାଏ। ବାଛୁରୀ ନିଜ ମା’ ପାଖରେ ରହିଲେ ସେ କ୍ଷୀର ଦେଇଥାଏ। ବାଛୁରୀ ପାଖରେ ନଥିଲେ ଗାଈ କ୍ଷୀର ଦେବାକୁ କୁଣ୍ଠାବୋଧ କରିଥାଏ। ତେଣୁ କ୍ଷୀରକୁ ମୋହର ପ୍ରତୀକ ବୋଲି କୁହାଯାଇଛି।

ମହୁ : ମହୁମାଛିଙ୍କ ଠାରୁ ମହୁ ସଂଗ୍ରହ କରାଯାଇଥାଏ। ଏହାକୁ ଲୋଭର ପ୍ରତୀକ ବୋଲି କୁହାଯାଇଛି।

prayash

ଘିଅ : ଘିଅ ଏକ ଲାଭକାରୀ ପଦାର୍ଥ। ଏହାକୁ ଅହଂକାର ପ୍ରତୀକ କୁହାଯାଏ।

ଦହି : ଦହି ଖାଇବା ଦ୍ବାରା ଶରୀରର ଥଣ୍ଡା ମିଳିଥାଏ। ଏହାର ରଙ୍ଗ ଧଳା ହୋଇଥିବାରୁ ଏହା ଶାନ୍ତିର ପ୍ରତୀକ ଅଟେ।

ଗଙ୍ଗାଜଳ : ଗଙ୍ଗାଜଳକୁ ମୁକ୍ତିର ପ୍ରତୀକ ବୋଲି କୁହାଯାଇଛି। ଏହା ମୋହ, ଲୋଭ, କ୍ରୋଧ ଓ ଅହଂକାରକୁ ମିଳିତ କରି ଶାନ୍ତି ପ୍ରଦାନ କରିଥାଏ।

ପଞ୍ଚାମୃତକୁ ପୂଜାରେ ବ୍ୟବହାର କରିବା ଅର୍ଥ ମୋହ, ଲୋଭ, କ୍ରୋଧ ଓ ଅହଂକାର ଭଗବାନଙ୍କ ନିକଟରେ ଅର୍ପଣ କରିବା। ଏହାସହ ନିଜକୁ ଭଗବାନଙ୍କ ନିକଟରେ ସମର୍ପଣ କରିବାକୁ ବୁଝାଇଥାଏ।

 

kalyan agarbati
Leave A Reply