www.samajalive.in
Saturday, December 6, 2025
26.1 C
Bhubaneswar

ପାନ ମସଲା ପାନୀୟ, ଭିଡିଓ ଦେଖି ଚକିତ ହେଲେ ଲୋକେ

ନୂଆଦିଲ୍ଲୀ : ଆଜିକାଲି ଷ୍ଟ୍ରିଟ୍ ଫୁଡ୍ସ ଓ ଡ୍ରିଙ୍କ୍ସରେ ନୂଆ ନୂଆ ପରୀକ୍ଷା ଦେଖିବାକୁ ମିଳିଛି । ଏଥିରେ କିଛି ନୂଆ ପରୀକ୍ଷଣ ଲୋକଙ୍କୁ ଚକିତ କରେ, ଆଉ କିଛି ଲୋକଙ୍କୁ ହସର ଖୋରାକ ଯୋଗାଏ । ନିକଟରେ ଜଣେ ଷ୍ଟ୍ରିଟ୍ ଭେଣ୍ଡର ଏମିତି ଏକ ପାନୀୟ ପ୍ରସ୍ତୁତ କରିଛନ୍ତି ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ଏହି ଅଜବ ପାନୀୟରେ ‘ବିମଲ’ ଦେଖିବାକୁ ମିଳୁଛି । ଏହାକୁ ଦେଖି ଲୋକେ ଚକିତ ହେଉଛନ୍ତି ।

- Advertisement -

ସମସ୍ତେଙ୍କୁ ଏହି ଡ୍ରିଙ୍କସ ଦେଖି ଝଟକା ଲାଗିଛି । ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ନଜର ଆସୁଛି କି ଦୋକାନୀଜଣକ ଶିକଞ୍ଜି ପ୍ରସ୍ତୁତ କରିବା ପ୍ରକ୍ରିୟାରେ ସର୍ବପ୍ରଥମେ ବିମଲ ପାଉଚ୍ ବ୍ୟବହାର କରୁଛନ୍ତି । ଏଥିପାଇଁ ସେ ପ୍ରଥମେ ଗ୍ଲାସରେ ଲେମ୍ବୁ, ମସଲା ଓ ଚିନି ପକାଉଛନ୍ତି ଏବଂ ପରେ ବିମଲ ପାନ ମସଲା ମିଶାଇ ଦେଉଛନ୍ତି । ଏହା ପରେ ଗ୍ଲାସରେ ବରଫ ଓ ପାଣି ମିଶାଇ ଏହାକୁ ପ୍ରସ୍ତୁତ କରିଦେଉଛନ୍ତି । ଏହାକୁ ଦୋକାନୀ ବିମଲ ଶିକଞ୍ଜି ନାଁ ଦେଇ ଲୋକଙ୍କୁ ଦେଉଛନ୍ତି । ଭିଡିଓଟି ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ୬ ଲକ୍ଷରୁ ଅଧିକ ଲୋକ ଏହାକୁ ଦେଖିଛନ୍ତି ଏବଂ ଲାଇକ୍ କରିଛନ୍ତି ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories