www.samajalive.in
Saturday, December 6, 2025
26.1 C
Bhubaneswar

ଟ୍ରେନର ସ୍ୱଳ୍ପ ରହଣି ପାଇଁ ଟ୍ରମ୍ପକୁ ଚିଠି

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ନାମରେ ଅଭିଯୋଗ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଖରେ ପହଞ୍ଚିଛି। ପାଲମ ଷ୍ଟେସନରେ ଚେତକ ଏକ୍ସପ୍ରେସର ସ୍ୱଳ୍ପ ରହଣି ଦାବିରେ ଦୈନିକ ଟ୍ରେନ ଯାତ୍ରୀ ସଂଘ ଟ୍ରମ୍ପଙ୍କୁ ଚିଠି ଲେଖିଛନ୍ତି। ଦୀର୍ଘ ବର୍ଷ ଧରି ସେମାନଙ୍କ ଏହି ଦାବି ପୂରଣ କରାଯାଉ ନଥିବାରୁ ଟ୍ରମ୍ପଙ୍କ ହସ୍ତକ୍ଷେପ ଆବେଦନ କରିଛନ୍ତି ଯାତ୍ରୀ ସଂଘ। ଟ୍ୱିଟ୍‍ ମାଧ୍ୟରେ ଟ୍ରମ୍ପଙ୍କୁ ଏହି ଚିଠିକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି।
ଚେତକ ଏକ୍ସପ୍ରେସ ଦିଲ୍ଲୀର ସରାୟ ରୋହିଲ୍ଲାରୁ ଉଦୟପୁର ଗସ୍ତ କରୁଛି। ସରାୟ ରୋହିଲ୍ଲାରୁ ଯାତ୍ରା ଆରମ୍ଭ କରି ଏହି ଟ୍ରେନ ଦିଲ୍ଲୀ କୌଟ ରେଳ ଷ୍ଟେସନରେ ସ୍ୱଳ୍ପ ସମୟ ପାଇଁ ରହିଣି କରେ। ଏହା ପରେ ଏହି ଟ୍ରେନ ଗୁରୁଗ୍ରାମ ଷ୍ଟେସନରେ ମଧ୍ୟ କିଛି ସମୟ ପାଇଁ ରହିଥାଏ। ଏହି ଟ୍ରେନରେ ଯାତ୍ରା କରୁଥିବା ଦୈନିକ ଟ୍ରେନ ଯାତ୍ରୀ ସଂଘ ଉକ୍ତ ଏକ୍ସପ୍ରେସ ଟ୍ରେନ ୨ମିନିଟ ପାଇଁ ପାଲମ ଷ୍ଟେସନରେ ମଧ୍ୟ ରହଣି ଦାବି କରିଛନ୍ତି। ଏହି ଦାବି ନେଇ ଏକାଧିକ ଥର ଉକ୍ତ ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ରେଳବାଇ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଏହି ଷ୍ଟେସନକୁ ଲାଗି ଦିଲ୍ଲୀର ଏକାଧିକ ବିଧାନସଭା ନିର୍ବାଚନ କ୍ଷେତ୍ର ରହିଛି। ଦ୍ୱରକା ନିର୍ବାଚନ କ୍ଷେତ୍ର ମଧ୍ୟ ଏହି ଷ୍ଟେସନ ସଂଲଗ୍ନ। ଭାରତୀୟ ବ୍ୟବସ୍ଥାରେ ସଂଘର ଦାବି ପୂରଣ ନହେବାରୁ ଶେଷରେ ଏହାକୁ ୍ରଆମେରିକା ରାଷ୍ଟ୍ରପତିଙ୍କ ନିକଟକୁ ପହଞ୍ଚାଇବା ଉଚିତ ମଣିଛି ସଂଘ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories