ପାକିସ୍ତାନର କୌଣସି ପ୍ରଧାନମନ୍ତ୍ରୀ – ୫ବର୍ଷ ଅବଧି ପୂରଣ କରି ନାହାନ୍ତି : ଜାଣନ୍ତୁ କେଉଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ କେତେବର୍ଷ ଥିଲା

ଇସଲାମାବାଦ : ଇମ୍ରାନ ଖାଁଙ୍କ ନେତୃତ୍ବ ପାକିସ୍ତାନ ସରକାର ରବିବାର ଭାଙ୍ଗିବା ସହିତ ଦେଶରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପାଇଁ ରାଷ୍ଟ୍ରପତି ନିର୍ଦେଶ ଦେଇଛନ୍ତି। ଇମ୍ରାନଙ୍କ ସରକାରର ୫ବର୍ଷର ଅବଧି ଶେଷ ହେବାକୁ ଏକବର୍ଷରୁ ଅଧିକ ସମୟ ରହିଥିବାବେଳେ ସରକାର ସଂଖ୍ୟାଲଘୁ ହୋଇପଡିଥିଲା। ସଂସଦରେ ଅନାସ୍ଥା ଭୋଟର ସମ୍ମୁଖୀନ ହେବା ପୂର୍ବରୁ ଇମ୍ରାନ ସଂସଦକୁ ଭାଙ୍ଗିବା ଲାଗି ରାଷ୍ଟ୍ରପତିଙ୍କୁ ସୁପାରିସ କରିବାକୁ ଏକପ୍ରକାର ବାଧ୍ୟ ହୋଇଥିଲେ। ଏହାଦ୍ବାରା ପାକିସ୍ତାନର କୌଣସି ପ୍ରଧାନମନ୍ତ୍ରୀ ତାଙ୍କର ପୂର୍ଣ୍ଣକାଳୀନ ୫ବର୍ଷିଆ ଅବଧି ପୂରଣ କରିବାରେ ବିଫଳ ହୋଇଛନ୍ତି। ଅନେକ ସମୟରେ ଦେଶରେ ପ୍ରଧାନମନ୍ତ୍ରୀ ପଦ ଖାଲି ପଡିଥିଲା।
କେଉଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ କେତେବର୍ଷ ଥିଲା
୧-ଲିଆକତ ଅଲି ଖାଁ- ୧୯୪୭ ଅଗଷ୍ଟ ୧୫ରୁ ୧୯୫୧ ଅକ୍ଟୋବର ୧୬
୨-ଖାୱାଜା ନିଜାମୁଦ୍ଦିନ-୧୯୫୩ ଏପ୍ରିଲ ୧୭ରୁ ୧୯୫୫ ଅଗଷ୍ଟ ୧୧
୩-ଚୌଧୁରୀ ମହମ୍ମଦ ଅଲି- ୧୯୫୫ ଅଗଷ୍ଟ ୧୨ରୁ ୧୯୫୬ ସେପ୍ଟେମ୍ବର ୧୨
୪-ହୁସେନ ସହିଦ- ୧୯୫୬ ସେପ୍ଟେମ୍ବର ୧୨ରୁ ୧୯୫୭ ଅକ୍ଟୋବର ୧୮
୫-ଇବ୍ରାହିମ୍ ଇସମାଇଲ- ୧୯୫୭ ଅକ୍ଟୋବର ୧୮ରୁ ୧୯୫୭ ଡିସେମ୍ବର ୧୬
୬- ଫିରୋଜ ଖାଁ ନୁନ୍‌ ୧୯୫୭ ଡିସେମ୍ବର ୧୬ରୁ ୧୯୫୮ ଅକ୍ଟୋବର ୭
୭- ଆୟୁବ ଖାଁ ୧୯୫୮ରୁ ୧୯୭୧
୮-ନୁରୁଲ ଆମିମ୍‌ ୧୯୭୧ ଡିସେମ୍ବର ୭ରୁ ୧୯୭୧ ଡିସେମ୍ବର ୨୦
୯-ଜୁଲ୍‌ଫିକର ଅଲି ଭୁଟ୍ଟୋ- ୧୯୭୧ରୁ ୧୯୭୩
୧୦- ଜୁଲ୍‌ଫିକର ଅଲି ଭୁଟ୍ଟୋ- ୧୯୭୩ ଅଗଷ୍ଟ ୧୪ରୁ ୧୯୭୭ ଜୁଲାଇ ୫
୧୧- ମହମ୍ମଦ ଖାଁ ଜୁନେଜୋ- ୧୯୮୫ ମାର୍ଚ୍ଚ ୨୩ରୁ ୧୯୮୮ ମେ ୨୯
୧୨-ବେନଜିର ଭୁଟ୍ଟୋ- ୧୯୮୮ ଡିସେମ୍ବର ୨ରୁ ୧୯୯୦ ଅଗଷ୍ଟ ୬
୧୩-ନୱାଜ ସରିଫ-୧୯୯୦ ନଭେମ୍ବର ୬ରୁ ୧୯୯୩ ଏପ୍ରିଲ ୧୮
୧୪-ନୱାଜ ସରିଫ- ୧୯୯୩ ମେ ୨୬ରୁ ୧୯୯୩ ଜୁଲାଇ ୧୮
୧୫-ବେନଜିର ଭୁଟ୍ଟୋ-୧୯୯୬ ଅକ୍ଟୋବର ୧୯ରୁ ୧୯୯୬ ନଭେମ୍ବର ୫
୧୬- ନୱାଜ ସରିଫ- ୧୯୯୭ ଫେବୃଆରୀ ୧୭ରୁ ୧୯୯୯ ଅକ୍ଟୋବର ୧୨
୧୭-ଜାଫରୁଲ୍ଲା ଖାଁ ୨୦୦୨ ନଭେମ୍ବର ୨୩ରୁ ୨୦୦୪ ଜୁନ୍ ୨୬
୧୮-ଚୌଧୁରୀ ସୁଜାତା ହୁସେନ ୨୦୦୪ ଜୁନ୍‌ ୩୦ରୁ ୨୦୦୪ ଅଗଷ୍ଟ ୨୩
୧୯- ସୌକତ ଅଜିଜ୍‌- ୨୦୦୪ ଅଗଷ୍ଟ ୨୮ରୁ ୨୦୦୭ ନଭେମ୍ବର ୧୫
୨୦-ୟୁସୁଫ ରାଜା ଗିଲାନି-୨୦୦୮ ମାର୍ଚ୍ଚ ୨୫ରୁ ୨୦୧୨ ଜୁନ୍ ୧୯
୨୧-ରାଜା ପରଭେଜ୍ ଅସ୍ରଫ ୨୦୧୨ ଜୁନ୍ ୨୨ରୁ ୨୦୧୩ ମାର୍ଚ୍ଚ ୨୪
୨୨-ନୱାଜ ସରିଫ ୨୦୧୩ ଜୁନ୍ ୫ରୁ ୨୦୧୭ ଜୁନ୍ ୨୮
୨୩-ସହିଦ ଖକନ ଆବାସି ୨୦୧୭ ଅଗଷ୍ଟ ୧ରୁ ୨୦୧୮ ମେ ୩୧
୨୪- ଇମ୍ରାନ ଖାଁ ୨୦୧୮ ଅଗଷ୍ଟ ୧୮ରୁ ବର୍ତ୍ତମାନ ପର୍ଯ୍ୟନ୍ତ

Comments are closed.