ପଞ୍ଜଶିରରେ ପାକିସ୍ତାନର ଆକାଶି ଆକ୍ରମଣ; ନର୍ଦର୍ଣ୍ଣ ଆଲାଏନ୍ସର ଅନେକ ଲଢୁଆ ନିହତ

କାବୁଲ: ଆଫଗାନିସ୍ତାନରେ ତାଲିବାନ ଆତଙ୍କିଙ୍କ ଦ୍ୱାରା ଶାସନ କ୍ଷମତା ଦଖଲ ବିରୁଦ୍ଧରେ ଏକାକି ଲଢେଇ କରୁଥିବା ନର୍ଦର୍ଣ୍ଣ ଆଲାଏନ୍ସ ବା ନର୍ଦର୍ଣ୍ଣ ରେଜିଷ୍ଟାନ୍ସ ଫ୍ରଣ୍ଟ (ଏନଆରଏଫ) ଉପରେ ପାକିସ୍ତାନର ବାୟୁସେନା ସୋମବାର ରାତିରେ ଭୀଷଣ ଗୁଳିଗୋଳା ମାଡ କରିଛି। ଏଥିରେ ଏନଆରଏଫର କେତେକ ଲଢୁଆ ପ୍ରାଣ ହରାଇଛନ୍ତି। ଇତିମଧ୍ୟରେ ଏନଆରଏଫ୍‍ର ନେତୃତ୍ୱ ନେଉଥିବା ଅହମଦ ମାସୁଦ ୧୯ ମିନିଟର ଏକ ଭିଡିଓ ଜାରି କରି କହିଛନ୍ତି, ତାଲିବାନ ସହିତ ଅନେକ ଆତଙ୍କବାଦୀ ଗୋଷ୍ଠୀ ଏବଂ ତାହାସହିତ ପାକିସ୍ତାନ ସୈନ୍ୟମାନେ ଏନଆରଏଫ ବିରୁଦ୍ଧରେ ଲଢେଇ କରୁଛନ୍ତି। ପାକିସ୍ତାନର ଯୁଦ୍ଧ ବିମାନଗୁଡିକ ପଞ୍ଜଶିର ଉପରେ ଭୟଙ୍କର ବୋମାମାଡ କରିଛି। ଏଥିରେ ମାସୁଦଙ୍କ ପରିବାରର ଅନେକ ସଦସ୍ୟଙ୍କର ମଧ୍ୟ ମୃତ୍ୟୁ ଘଟିଛି। ପଞ୍ଜଶିରର ସହିଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ମାସୁଦ କହିଛନ୍ତି, ପଞ୍ଜଶିରରେ ପାକିସ୍ତାନ ସିଧାସଳଖ ଆସି ଲଢେଇ କରୁଛି, ଅଥଚ ଆନ୍ତର୍ଜାତିକ ସମୁଦାୟ ନୀରବଦ୍ରଷ୍ଟା ସାଜିଛନ୍ତି। ତେବେ ପଞ୍ଜଶିରର ଯୋଦ୍ଧାମାନେ ସେମାନଙ୍କର ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ଲଢେଇ କରି ଆଫଗାନ ମାଟିକୁ ଆତଙ୍କବାଦୀଙ୍କ କବଳରୁ ମୁକ୍ତ କରିବାକୁ ଚେଷ୍ଟା କରିବେ। ଅନ୍ୟପକ୍ଷରେ ତାଲିବାନ ଦାବି କରିଛି ଯେ ଏହା ଏନଆରଏଫକୁ ପରାସ୍ତ କରିବା ସହିତ ସମୁଦାୟ ପଞ୍ଜଶିର ଉପତ୍ୟକା ନିଜ ଅକ୍ତିଆରକୁ ନେଇଛି। ସର୍ବଦା ଦୋମୁହାଁ ନୀତି ଅବଲମ୍ବନ କରିଆସୁଥିବା ତାଲିବାନ ଏହା ମଧ୍ୟ କହିଛି ଯେ ସେମାନେ ଆଫଗାନିସ୍ତାନକୁ ପାକିସ୍ତାନ ସମେତ ଅନ୍ୟ କୌଣସି ବିଦେଶୀ ରାଷ୍ଟ୍ର ଦ୍ୱାରା ବ୍ୟବହାର ହେବାକୁ ଦେବେନାହିଁ।

kalyan agarbati

Comments are closed.