www.samajalive.in
Monday, December 8, 2025
13.1 C
Bhubaneswar

ମଇଁଷି ବିକ୍ରି କରି ଋଣ ସୁଝିବ ପାକିସ୍ତାନ

କରାଚୀ: ଚୀନ ଓ ବିଶ୍ୱ ବ୍ୟାଙ୍କର କୋଟିକୋଟି ଟଙ୍କାର ଋଣ ତଳେ ଦବି ହୋଇ ରହିଥିବା ପାକିସ୍ତାନର ଅର୍ଥନୀତିରେ ସୁଧାର ଆଣିବା ପାଇଁ ପାକ୍‍ ସରକାର ମଇଁଷି ବିକ୍ରି କରିବାକୁ ନିଷ୍ପତ୍ତି ନେଇଛି। ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଇମରାନ ଖାନ୍‍ଙ୍କ ସରକାର ପାଇଁ ପାକ୍‍ ଅର୍ଥନୀତିରେ ସୁଧାର ଆଣିବା ବଡ଼ ଚ୍ୟାଲେଞ୍ଜରେ ପରିଣତ ହୋଇଛି। ନିର୍ବାଚନ ପ୍ରଚାର ସମୟରେ ଇମରାନ ପାକିସ୍ତାନର ଅର୍ଥନୀତିକୁ ସୁଧାର ଆଣିବା ସହ ନୂଆ ପାକିସ୍ତାନ ନିର୍ମାଣର ପ୍ରତିଶ୍ରୁତି ଦେଇଥିଲେ।
ସରକାରୀ ଆର୍ଥିକ ବୋଝ କମ୍‍ କରିବାକୁ ଇମରାନ ସରକାର ୧୦୦ରୁ ଊଦ୍ଧ୍ୱର୍ ବିଳାସପୂର୍ଣ୍ଣ କାର ସମେତ ମଇଁଷି ନିଲାମ କରିବାକୁ ନିଷ୍ପତ୍ତି ନେଇଛି। ପାକ୍‍ ପ୍ରଧାନମନ୍ତ୍ରୀ ଆବାସରେ ଥିବା ୧୦୨ଟି ବିଳାସପୂର୍ଣ୍ଣ କାର ମଧ୍ୟରୁ ଅଦ୍ୟାବଧି ୭୦ଟି ନିଲାମ ହୋଇଯାଇଛି। ଏହି କାରଗୁଡ଼ିକ ବଜାର ମୂଲ୍ୟକୁ ଦୃଷ୍ଟିରେ ରଖି ବିକ୍ରି କରାଯାଇଛି। ଏହା ବ୍ୟତୀତ ୨୦୧୬ମଡେଲର ୨୪ଟି ମାର୍ସେଡିଜ୍‍ ବେଞ୍ଜ କାର ମଧ୍ୟ ବିକ୍ରି କରାଯାଇଛି। ଏହାକୁ ବିକ୍ରି କରି ୨୦୦ମିଲିୟନ ପାକିସ୍ତାନୀ ଟଙ୍କା ସଂଗ୍ରହ କରାଯାଇଛି।
ଏବେ ପ୍ରଧାନମନ୍ତ୍ରୀଙ୍କ ଆବାସରେ ଥିବା ୮ଟି ମଇଁଷିକୁ ବିକ୍ରି କରିବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରାକ୍ତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ତାଙ୍କ ସରକାରୀ ଆବାସରେ ୮ଟି ମଇଁଷି ପାଳି ଥିଲେ। ଏହି ମଇଁଷିଙ୍କୁ ମଧ୍ୟ ନିଲାମ କରିବାକୁ ପାକ୍‍ ସରକାର ନିଷ୍ପତ୍ତି ନେଇଛି।
ଏହା ପରେ ସରକାରୀ ସୁରକ୍ଷାରେ ବ୍ୟବହୃତ କାରଗୁଡ଼ିକୁ ମଧ୍ୟ ବିକ୍ରି କରିବ ପାକ୍‍ ସରକାର। ବୁଲେଟ ଓ ବମ୍‍ ପ୍ରୁଫ ଏହି କାରଗୁଡ଼ିକରେ ଅତ୍ୟାଧୁନିକ ସମସ୍ତ ସୁରକ୍ଷା ବ୍ୟବସ୍ଥା ରହିଛି। ସେଗୁଡ଼ିକ ମଧ୍ୟରୁ ୪ଟି ମାର୍ସେଡିଜ ବେଞ୍ଜ ଓ ୮ବୁଲେଟପ୍ରୁଫ ବିଏମଡବ୍ଲୁ ରହିଛି। ସେହିପରି ୩ଟି୫୦୦୦ସିସି କ୍ଷମତା ସମ୍ପନ୍ନ ଏସୟୁଭି ଓ ୨ଟି ୩୦୦୦ସିସି କ୍ଷମତା ସମ୍ପନ୍ନ ଏସୟୁଭି ମଧ୍ୟ ନିଲାମ ହେବା ତାଲିକାରେ ସମିଲ ରହିଛି। ଏହା ବ୍ୟତୀତ ୪୦ଟି ଟୟୋଟା କାର, ଲ୍ୟାଣ୍ଡକୃଜର ଓ ଏସୟୁଭି ପରି କାର ମଧ୍ୟ ନିଲାମ ହେବା ଅପେକ୍ଷାରେ ରହିଛି। ଏହା ସହ ଅନ୍ୟାନ୍ୟ ଅନାବଶ୍ୟକ ଗାଡ଼ି ଗୁଡ଼ିକ ବିକ୍ରି କରିବାକୁ ପାକ୍‍ ସରକାର ତାଲିକା ଚୂଡ଼ାନ୍ତ କରିଛନ୍ତି। ସେହିପରି ମନ୍ତ୍ରିମଣ୍ଡଳର ବ୍ୟବହାର ନିମନ୍ତେ ରଖାଯାଇ ଥିବା ୪ଟି ହେଲିକପ୍ଟରକୁ ମଧ୍ୟ ବିକ୍ରି କରିବାକୁ ପାକ୍‍ ସରକାର ନିଷ୍ପତ୍ତି ନେଇଛନ୍ତି।
ବିଗତ ଅର୍ଥିକ ବର୍ଷର ଶେଷ ସୁଧା ପାକିସ୍ତାନର ଋଣ ଟଙ୍କା ବୃଦ୍ଧି ପାଇଁ ୩୦ଲକ୍ଷ କୋଟି ଟଙ୍କାରେ ପହଞ୍ôଚଛି। ପାକିସ୍ତାନର ରାଜକୋଷ ଖାଲି ପଡ଼ିଥିବାବେଳେ ଦେଶର ଆର୍ଥିକ ପରିସ୍ଥିତିରେ ସୁଧାର ଆଣିବା ଇମରାନ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories