www.samajalive.in
Sunday, December 7, 2025
16.1 C
Bhubaneswar

ପାକିସ୍ତାନୀ ପାଇଲଟ୍‌ ଓ ବିମାନ କର୍ମଚାରୀଙ୍କର ଝଗଡା ଯୋଗୁଁ ବିମାନ ତିନି ଘଣ୍ଟା ବିଳମ୍ବ

ଲଣ୍ଡନ .- ପାଇଲଟ ଓ ବିମାନ କର୍ମଚାରୀଙ୍କ ମଧ୍ୟରେ ଝଗଡା ହେବାରୁ ପାକିସ୍ତାନ ଅନ୍ତର୍ଜାତୀୟ ବିମାନ ସଂସ୍ଥାର  ଏକ ବିମାନ ଲଣ୍ଡନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ୩ ଘଣ୍ଟା ଧରି ଅଟକି ରହିଥିଲା ।  ପାଇଲଟ ଓ କର୍ମଚାରୀଙ୍କ ମଧ୍ୟରେ ଝଗଡା ହେବାରୁ ପାଇଲଟ୍‌ ବିମାନ ଚଳାଇବା ପାଇଁ ମନା କରିଦେଇଥିଲେ । ଏହାପରେ ଯାତ୍ରୀମାନେ ଏହାର ବିରୋଧ କରିବା ଆରମ୍ଭ କରିଥିଲେ । ଯାତ୍ରୀମାନେ ଏହାର ବିରୋଧ କରିବାରୁ ୩ ଘଣ୍ଟା ବିଳମ୍ବରେ ବିମାନ ଛାଡିଥିଲା ।

ରବିବାର ରାତି ୯ଟାରେ ଏହି ବିମାନ ଛାଡିବାର ଥିଲା । ମାତ୍ର ପାଇଲଟ ଏହି କର୍ମଚାରୀ ଜଣଙ୍କ ଆଗରୁ ଏକ ଚୋରା ଚାଲାଣରେ ଅଭିଯୁକ୍ତ ଥିବାରୁ ତାଙ୍କ ସହ ଉଡାଣ ଭରିବା ପାଇଁ ମନା କରି ଦେଇଥିଲେ । ୩ ଘଣ୍ଟା ବିଳମ୍ବ ହେବାରୁ ଯାତ୍ରୀମାନେ ଛିଡା ହୋଇ ସ୍ଲୋଗାନ ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାପରେ ବିମାନଟି ରାତି ୧୨ ଟାରେ ବିମାନ ବନ୍ଦର ଛାଡିଥିଲା । ଏବେ ପାକିସ୍ତାନ ବିମାନ କର୍ତ୍ତୃପକ୍ଷ ଏହି ଘଟଣାର ତଦନ୍ତ କରୁଛନ୍ତି ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories