www.samajalive.in
Monday, December 8, 2025
24.1 C
Bhubaneswar

ପାକିସ୍ତାନ ସେନାର ବର୍ବରତା, ନିରସ୍ତ୍ର ପାସ୍ତୁନଙ୍କୁ ଗୁଳି କରି ହତ୍ୟା

ଇସଲାମାବାଦ .- ପାକିସ୍ତାନ ସେନାର ଏକ ବର୍ବରତା ପୂର୍ଣ୍ଣ କାର୍ଯ୍ୟ ସାମ୍ନାକୁ ଆସିଛି । ପାସ୍ତୁନର ସଂଖ୍ୟା ଲଘୁ ସମ୍ପ୍ରଦାୟ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବଳେ ପାକ୍‌ ସେନା ପକ୍ଷରୁ ବିକ୍ଷୋଭକାରୀଙ୍କ ଉପରେ ଗୁଳି ବର୍ଷା କରାଯାଇଥିଲା । ନିରସ୍ତ୍ର ଥିବା ଅନେକ ବିକ୍ଷୋଭକାରୀଙ୍କର ମୃତ୍ୟୁ ହୋଇଛି । ପସ୍ତୁନ ଅଞ୍ଚଳର ଦୁଇଜଣ ସାଂସଦ ଏହି ବିକ୍ଷୋଭର ନେତୃତ୍ୱ ନେଉଥିଲେ ।

ଆଫଗାନୀସ୍ତୀନ ସୀମାରେ ବିକ୍ଷୋଭକାରୀମାନେ ଏକ ସୁରକ୍ଷା ଶିବିର ଉପରେ ଆକ୍ରମଣ କରିଥିଲେ । ଏହାପରେ ସେଠାରେ ଉପସ୍ଥିତ ଥିବା ପାକିସ୍ତାନ ସେନାପକ୍ଷରୁ ଆଖିବୁଜା ଗୁଳି ଚାଳନା କରାଯାଇଥିଲା । ଏଥିରେ ବିକ୍ଷୋଭର ନେତୃତ୍ୱ ନେଉଥିବା ଦୁଇଜଣ ସାଂସଦ ଗୁରୁତର ହୋଇଛନ୍ତି । ଏହି ଦୁଇଜଣ ସାଂସଦ ମୋହସିନ ଦାଓ୍ୱାର ଓ ଅଲି ଓ୍ୱଜିର ବୋଲି ଜଣା ପଡିଛି ।

- Advertisement -

ପାସ୍ତୁନଙ୍କ ଉପରେ ପାକିସ୍ତାନ ସେନା ପକ୍ଷରୁ ବାରମ୍ବାର କରାଯାଉଥିବା ବର୍ବରପୂର୍ଣ୍ଣ ଅତ୍ୟାଚାର ବିରୋଧରେ ଏହି ବିକ୍ଷୋଭର ଆୟୋଜନ କରାଯାଇଥିଲା । ଗୁଳି ମାଡରେ ୩ ଜଣ ବିକ୍ଷୋଭକାରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ହୋଇଥିବା ପାକିସ୍ତାନ ସେନା ପକ୍ଷରୁ କୁହାଯାଇଛି । ଏଥିରେ ୫ ଜଣ ସେନାଯବାନ ଆହତ ହୋଇଥିବା ପାକିସ୍ତାନ ସେନା ପକ୍ଷରୁ ସୂଚନା ଦିଆଯାଇଛି । ଏହାପରେ ସେହି ଅଞ୍ଚଳରେ କର୍ଫ୍ୟୁଜାରି କରାଯାଇଛି ।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories