ପଦ୍ମପୁର: କୋଭିଡ-୧୯ ଯୋଗୁଁ ଆଜକୁ ୪ ମାସ ହେବ କେନ୍ଦ୍ର ସରକାର ହେଉ ବା ରାଜ୍ୟ ସରକାର ହୁଅନ୍ତୁ ତାଙ୍କର ଆଦେଶ ଅନୁଯାୟୀ କେତେବେଳେ ସଟ ଡାଉନ ତ କେକେବେଳେ ଲକଡାଉନକୁ ସମ୍ମାନ ଜଣାଇ ସମସ୍ତ ଦୋକାନ ବଜାର ବନ୍ଦ କରିଛନ୍ତି । ଏଣୁ ଆଜି କେନ୍ଦ୍ର ସରକାରଙ୍କ ଅନଲକ ପ୍ରକ୍ରିୟା ଓ ରାତ୍ରିକାଳିନ କର୍ଫ୍ୟୁ ଯେହେତୁ ଉଠାଇଦେଇଛନ୍ତି ତାକୁ ଆଖି ଆଗରେ ରଖି ଦୋକାନ ବଜାର ସ୍ୱାଭାବିକ ଭାବେ ପୂର୍ବରୁ ଯେମିତି ଖୋଲା ଯାଉଥିଲା ସେଭଳି ଖୋଲିବାକୁ ଅନୁମତି ଦିଆଯାଉ ବୋଲି ପଦ୍ମପୁର ବଣିକ ସଂଘ ପକ୍ଷରୁ ବରଗଡ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କୁ ପ୍ରଦାନ କରିଛନ୍ତି । ଏଥିରେ ବଣିକ ସଙ୍ଘ ସଭାପତି ପ୍ରତାପ ମିଶ୍ର, ସମ୍ପାଦକ ନନ୍ଦକିଶୋର ଅଗ୍ରୱାଲ, ରବି ନାରାୟଣ ଦୋରା, ମନୋରଞ୍ଜନ ଦୋରା ପ୍ରମୁଖ ଉପସ୍ଥିତ ଥିଲେ ।
Popular Categories



