ତିରୁବନନ୍ତପୁରମ୍: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ମାର୍ଚ ୨୧ ତାରିଖରୁ ବନ୍ଦ ରହିଥିବା କେରଳର ପ୍ରସିଦ୍ଧ ପଦ୍ମନାଭସ୍ବାମୀ ମନ୍ଦିର ବୁଧବାର ଭକ୍ତଙ୍କ ପାଇଁ ଖୋଲି ଦିଆଯାଇଛି । ମନ୍ଦିର ଖୋଲିବା ପରେ ଆଜି ବହୁ ଭକ୍ତ ପୂଜାର୍ଚନା କରିଛନ୍ତି । ତେବେ ମନ୍ଦିର ଭିତରେ ଓ ବାହାରେ ଭକ୍ତମାନଙ୍କୁ କରୋନା ସଂକ୍ରାନ୍ତ ସମସ୍ତ ନିୟମ ପାଳନ ବାଧ୍ୟତାମୂଳକ କରାଯାଇଛି ।
ଭକ୍ତମାନେ ମନ୍ଦିର ମଧ୍ୟକୁ ୧୦ ବର୍ଷରୁ କମ୍ ପିଲା ଓ ୬୦ବର୍ଷର ଅଧିକ ବୟସର ବ୍ୟକ୍ତିଙ୍କୁ ପ୍ରବେଶ ନିମନ୍ତେ ଅନୁମତି ନାହିଁ। ଏହା ସହ ମନ୍ଦିର ବାହାରେ ହାତ ପରିଷ୍କାର କରିବା, ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ବ ବଜାୟ ରଖିବା ଆଦିକୁ ବାଧ୍ୟତାମୂଳକ କରାଯାଇଛି । ଦର୍ଶନ ନିମନ୍ତେ ସକାଳ ୮ଟାରୁ ୧୧ଟା ପର୍ଯ୍ୟନ୍ତ ଓ ସନ୍ଧ୍ୟା ୫ଟାରୁ ୬.୪୫ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ହୋଇଛି। ଯେଉଁ ଭକ୍ତମାନେ ଦେବତାଙ୍କ ଦର୍ଶନ ନିମନ୍ତେ ଇଚ୍ଛୁକ ସେମାନେ ମନ୍ଦିର ୱେବସାଇଟରେ ୨୪ ଘଣ୍ଟା ପୂର୍ବରୁ ଦର୍ଶନ ସମୟ ବୁକିଂ କରିବାକୁ ପଡ଼ିବ ଏବଂ ଏଥିପାଇଁ ଆଧାର କାର୍ଡ଼ର ନକଲ ଦେବାକୁ ପଡ଼ିବ । ସେହିପରି ଦର୍ଶନ ସମୟରେ ଆଧାର କାର୍ଡ଼କୁ ସାଥୀରେ ନେବାକୁ ବାଧ୍ୟତାମୂଳକ କରାଯାଇଛି ।
Comments are closed.