www.samajalive.in
Sunday, December 7, 2025
13.1 C
Bhubaneswar

ପାଣି ଗଳି ବିପଦପୂର୍ଣ୍ଣ ଅବସ୍ଥାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛାତ

ଆଠଗଡ: କଟକ ଜିଲ୍ଲାର ସର୍ବବୃହତ ତଥା ଗୁରୁତ୍ୱପୂର୍ଣ୍ଣ ଆଠଗଡ ଉପଖଣ୍ଡର ମୁଖ୍ୟ ପ୍ରଶାସକ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଛାତଟି ଏବେ ଅହରହ ବର୍ଷାପାଣି ଗଳିବା ଯୋଗୁଁ ବିପଦପୂର୍ଣ୍ଣ ହୋଇପଡିଥିବା ଦେଖାଯାଉଛି। ଲଗାଣବର୍ଷା ବେଳେ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟର ପ୍ରାୟ ସମଗ୍ର ଛାତରୁ ପାଣି ଗଳିବା ଦ୍ୱାରା ଚତୁଃପାର୍ଶ୍ବ ବରଣ୍ଡା, ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କକ୍ଷ ମଧ୍ୟରୁ ପାଣିରେ ଭିଜୁଛି। ପ୍ରତିବର୍ଷ ଏହିପରି ପାଣି ଗଳିବା ସମସ୍ୟା ସୃଷ୍ଟି ହେଉଥିବାବେଳେ ନାମକୁ ମାତ୍ର ମରାମତି କରାଯାଇଥାଏ। ପୂର୍ବରୁ ଅନେକ ବାର ଛାତ ଉପରେ ଗ୍ରେଡିଂ କରାଯାଇଥିଲେ ମଧ୍ୟ ତାହା ପାଣି ଗଳିବା ସମସ୍ୟା ଦୂର କରିବାରେ ଆଦୌ ଫଳପ୍ରଦ ହୋଇନାହିଁ। ତେଣୁ ଏହାର ସ୍ଥାୟୀ ସମାଧାନ ପାଇଁ ଏବଂ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟର ସ୍ଥାନାଭାବ ଦୂର ପାଇଁ ଉକ୍ତ ପୁରୁଣା କୋଠା ଉପରେ ଆଉ ଏକ ମହଲା ନିର୍ମାଣର ଆବଶ୍ୟକତା ରହିଛି। ପ୍ରାୟ ୫୮ବର୍ଷ ପୂର୍ବରୁ ୧୯୬୨ମସିହାରେ ନିର୍ମିତ ଏହି କାର୍ୟ୍ୟାଳୟଟି ବହୁ ପୁରାତନ ହୋଇଥିବାରୁ ଏହାର ନବୀକରଣ ଏବଂ ଉପର ମହଲା ନିର୍ମାଣ ପାଇଁ ପୂର୍ବରୁ ଉଦ୍ୟମ ହୋଇଥିଲେ ମଧ୍ୟ ତାହା ଏ ପର୍ୟ୍ୟନ୍ତ ସମ୍ଭବପର ହୋଇପାରିନାହିଁ। ଉକ୍ତ କାର୍ୟ୍ୟାଳୟରେ ବିଭିନ୍ନ ବିଭାଗୀୟ ସେକ୍ସନ ପାଇଁ ଯଥେଷ୍ଟ ସଂଖ୍ୟାରେ କକ୍ଷ ନଥିବା ଏବଂ ଜରୁରୀ ଆବଶ୍ୟକତା ଥିବା ଏକ ସଭାଗୃହ ମଧ୍ୟ ନାହିଁ। ଏହି ପୁରାତନ କାର୍ୟ୍ୟାଳୟ କୋଠାଟିକୁ ସୁରକ୍ଷିତ ରଖିବାକୁ ହେଲେ ଏହାର ଉପରେ ଆଉଏକ ମହଲା ନିର୍ମାଣ କରିବା ଆବଶ୍ୟକତା ରହିଛି। ଯାହା ଫଳରେ ବିଭିନ୍ନ ବିଭାଗ ପାଇଁ ସ୍ଥାନାଭାବ ସମସ୍ୟା ଦୂର ହୋଇପାରିବ। ଗତ ଦୁଇ ଦିନ ହେବ ପ୍ରବଳ ବର୍ଷା ହେଉଥିବାବେଳେ ଏହି କାର୍ୟ୍ୟାଳୟର ଛାତରୁ ଅହରହ ପାଣି ଗଳୁଛି। ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ଏହାର ଅନୁଧ୍ୟାନ କରିବା ଓ ଏ ସଂପର୍କରେ ଆଲୋଚନା ପାଇଁ ବୁଧବାର ପୂର୍ତ୍ତବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଜୟନ୍ତ ପ୍ରସାଦ ନାୟକ ଓ ସହକାରୀ ଯନ୍ତ୍ରୀ ଅଜୟ କୁମାର ଦାସଙ୍କୁ ନିଜ କାର୍ୟ୍ୟାଳୟକୁ ଡକାଇଥିଲେ। ସଂପୃକ୍ତ ୨ଯନ୍ତ୍ରୀ କାର୍ୟ୍ୟାଳୟ ତଥା କୋଠାଟିକୁ ଅନୁଧ୍ୟାନ କରିବା ପରେ ଅସ୍ଥାୟୀ ପ୍ରତିକାର ପାଇଁ ଛାତ ଉପରେ ଟେଣ୍ଡ ବିଛାଇ ତୁରନ୍ତ ଆବଶ୍ୟକୀୟ ମରାମତି କରାଯିବ ବୋଲି ଉପଜିଲ୍ଲାପାଳଙ୍କୁ କହିଥିଲେ। ଏଥି ସହିତ ଏହି କୋଠାର ଉପର ମହଲା ନିର୍ମାଣ ଲାଗି ଏକ ନକ୍ସା ଓ ବ୍ୟୟ ଆକଳନ ରିପୋର୍ଟ ତୁରନ୍ତ ଦେବାକୁ ଉପଜିଲ୍ଲାପାଳ ସଂପୃକ୍ତ ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories