www.samajalive.in
Saturday, December 6, 2025
26.1 C
Bhubaneswar

ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଗଲାଣି ୨୮୭୯ ଟନ୍‍ରୁ ଅଧିକ ଅକ୍ସିଜେନ୍‍

ଭୁବନେଶ୍ବର: ଗତ କିଛି ଦିନ ଧରି ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ କାର୍ଯ୍ୟ ଜାରି ରହିଛି। ଅଦ୍ୟାବଧି ୧୫୩ଟି ଟ୍ୟାଙ୍କର ଯୋଗେ ୨୮୭୯.୦୮୨ ଟନ୍‍ରୁ ଅଧିକ ଅକ୍ସିଜେନ୍‍ ବିଭିନ୍ନ ରାଜ୍ୟକୁ ପଠାଯାଇଛି। ଅନୁଗୁଳ, ରାଉରକେଲା, ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ତାମିଲନାଡ଼ୁ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ହରିୟାଣାକୁ ଅକ୍ସିଜେନ୍‍ ପଠାଯାଇଛି। ଅକ୍ସିଜେନ ନେଇ ଯାଉଥିବା ଟ୍ୟାଙ୍କରଗୁଡ଼ିକର ସହଜ ଯାତାୟତ ନିମନ୍ତେ ଏକ ସ୍ୱତନ୍ତ୍ର ଗ୍ରୀନ୍‍ କରିଡ଼ର୍‍ ପ୍ରସ୍ତୁତ କରାଯାଇଛି। ରାଜ୍ୟ ତଥା ରାଜ୍ୟ ଦେଇ ବାହାରକୁ ଅକ୍ସିଜେନ ନେଇ ଯାଉଥିବା ଟ୍ୟାଙ୍କରଗୁଡ଼ିକର ଯାତାୟତରେ ଯେମିତି କିଛି ଅସୁବିଧା ନ ଉପୁଜିବ ସେ ନେଇ ରାଜ୍ୟ ପୁଲିସ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଅନୁଗୁଳ ଜିଲ୍ଲାରୁ ୨୧ଟି ଟ୍ୟାଙ୍କର ଯୋଗେ ୩୪୨.୮୨ ଟନ୍‍, ଢେଙ୍କାନାଳ ଜିଲ୍ଲାରୁ ୨୮ଟି ଟ୍ୟାଙ୍କର ଯୋଗେ ୪୫୩.୭ଟନ୍‍, ଯାଜପୁର ଜିଲ୍ଲାକୁ ୪୩ଟି ଟ୍ୟାଙ୍କର ଯୋଗେ ୮୯୫.୬୬ଟନ୍‍ ଏବଂ ରାଉରକେଲାରୁ ୬୧ଟି ଟ୍ୟାଙ୍କର ଯୋଗେ ୧୧୮୬.୯୦୨ଟନ୍‍ ଅକ୍ସିଜେନ୍‍ ବିଭିନ୍ନ ରାଜ୍ୟକୁ ପଠାଯାଇଛି। ୪୯ଟି ଟ୍ୟାଙ୍କରରେ ଆନ୍ଧ୍ରପ୍ରଦେଶକୁ ୧୦୩୫.୩୬ ଟନ୍‍, ୪୧ଟି ଟ୍ୟାଙ୍କର ଯୋଗେ ତେଲେଙ୍ଗାନାକୁ ୭୦୨.୪୩୯ଟନ୍‍, ତାମିଲନାଡୁକୁ ୩ଟି ଟ୍ୟାଙ୍କର ଯୋଗେ ୫୩.୪୬ ଟନ୍‍, ହରିୟାଣାକୁ ୧୩ଟି ଟ୍ୟାଙ୍କରରେ ୨୯୭.୬୬୨ଟନ୍‍, ମହାରାଷ୍ଟ୍ରକୁ ୬ଟି ଟ୍ୟାଙ୍କରରେ ୧୧୨.୦୬ ଟନ୍‍, ଛତିଶଗଡ଼କୁ ୮ଟି ଟ୍ୟାଙ୍କରରେ ୧୨୧.୩୨୧ ଟନ୍‍, ଉତ୍ତରପ୍ରଦେଶକୁ ୧୩ଟି ଟ୍ୟାଙ୍କର ଯୋଗେ ୨୩୮.୪୩ ଟନ, ୨୦ଟି ଟ୍ୟାଙ୍କର ଯୋଗେ ୩୧୮.୩୫ଟନ୍‍ ଅକ୍ସିଜେନ୍‍ ମଧ୍ୟପ୍ରଦେଶକୁ ଯୋଗାଇ ଦିଆଯାଇଛି।

- Advertisement -

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ପୁଲିସ୍‍ ପକ୍ଷରୁ ଏକ ସ୍ୱତନ୍ତ୍ର ସେଲ୍‌ ଗଠନ କରାଯାଇଛି। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ଆଇନ୍‍ ଓ ଶୃଙ୍ଖଳା) ଯଶୋୱନ୍ତ ଜେଠୱାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅକ୍ସିଜେନ ଯୋଗାଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉଛି। ଜିଲ୍ଲାର ସମସ୍ତ ଏସ୍‍ପି/ଡିସିପି/ରେଂଜଡିଆଇଜି/ଆଇଜି ଏବଂ ପୋଲିସ୍‍ କମିଶନର ନିଜ ନିଜ ଅଞ୍ଚଳରେ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅକ୍ସିଜେନ୍‍ ଅଭାବର ସମ୍ମୁଖୀନ ହେଉଥିବା ରାଜ୍ୟଗୁଡ଼ିକରେ ଟ୍ୟାଙ୍କର୍‍କୁ ସୁରକ୍ଷିତଭାବେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚାଇବାକୁ ରାଜ୍ୟ ପୁଲିସ୍‍ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ ରହିଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories