www.samajalive.in
Saturday, December 6, 2025
16.1 C
Bhubaneswar

ବାତ୍ୟା ସମୟରେ ଅବ୍ୟାହତ ରହିଥିଲା ଅମ୍ଳଜାନ ଯୋଗାଣ

ପ୍ରାକୃତିକ ବିପର୍ଯ୍ୟୟ ୟାସ୍‍ ବିଭିନ୍ନ ଜିଲ୍ଲାରେ ତାଣ୍ଡବଲୀଳା ରଚିଥିବା ବେଳେ ରାଜ୍ୟ ପୋଲିସ୍‍ର ସହାୟତାରେ ଅମ୍ଳଜାନ ଯୋଗାଣ  କାର୍ଯ୍ୟ ଅବ୍ୟାହତ ରହିଥିଲା। ଅକ୍ସିଜେନ୍‍ ଅଭାବର ସମ୍ମୁଖୀନ ହେଉଥିବା ରାଜ୍ୟଗୁଡ଼ିକୁ ତଥା ରାଜ୍ୟ ମଧ୍ୟରେ ଟ୍ୟାଙ୍କର୍‍ ଯୋଗେ ସୁରକ୍ଷିତ ଭାବେ ପୋଲିସ୍‍ ଟ୍ୟାଙ୍କରକୁ ପଠାଇବାରେ ସକ୍ଷମ ହୋଇପାରିଥିଲା। ୟାସ୍‍ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ପୋଲିସ୍‍ ସୁରକ୍ଷା ବଳୟ ମଧ୍ୟରେ ଅନୁଗୁଳରୁ ୪ଟି ଅକ୍ସିଜେନ୍‍ ଟ୍ୟାଙ୍କର୍‍ ହାଇଦ୍ରାବାଦ୍‍ ଓ ବିଶାଖାପାଟଣା ଏବଂ ଯାଜପୁରରୁ ୨ଟି ଟ୍ୟାଙ୍କର୍‍ ବ୍ରହ୍ମପୁର ଓ ଭୁବନେଶ୍ୱର ଅଭିମୁଖେ ପଠାଯାଇଥିଲା।

ଅକ୍ସିଜେନ୍‍ ଯୋଗାଣ କାର୍ଯ୍ୟରେ ଯେଭଳି କୌଣସି ଅସୁବିଧା ସୃଷ୍ଟି ନ ହେବ ସେଥିପ୍ରତି ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ୍‍ ଓ ଶୃଙ୍ଖଳା) ଯଶୋୱନ୍ତ ଜେଠୱା ସ୍ୱତନ୍ତ୍ର ନଜର ରଖିଥିଲେ। ଅକ୍ସିଜେନ୍‍ ଯୋଗାଣର ସୁପରିଚାଳନା ନିମନ୍ତେ ସ୍ୱତନ୍ତ୍ର ଯୋଜନା ଏବଂ ଗାଇଡ୍‍ଲାଇନ୍‍ ପ୍ରସ୍ତୁତ କରାଯାଇଥିବା ବେଳେ ଟ୍ୟାଙ୍କର୍‍, ଡ୍ରାଇଭର୍‍ଏବଂ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଥିଲା।୬୦ଟି ଓଡ୍ରାଫ୍‍ ଟିମ୍‍ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଜିଲ୍ଲାର ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଥିଲା। ଭୀଷଣ ପବନ ଓ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥ ତଥା ରାସ୍ତା ଉପରେ ଗଛ ଓ ଇଲେକ୍‍ଟ୍ରିକ୍‍ ଖୁଂଟ ପଡ଼ିଯାଇଥିଲା। ଯୁଦ୍ଧକାଳୀନ ଭିତିରେ ଓଡ୍ରାଫ୍‍ ବାହିନୀ ଦ୍ୱାରା ରାସ୍ତା ସଫା କରାଯାଇ ଟ୍ୟାଙ୍କର୍‍କୁ ନିର୍ଦ୍ଧାରିତ ସ୍ଥାନ ଅଭିମୁଖେ ପଠାଯାଇଥିଲା।

- Advertisement -

 

ଗତ ୩୪ ଦିନ ଧରି ରାଉରକେଲା, ଯାଜପୁର, ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲାରୁ ୧୫ଟି ରାଜ୍ୟକୁ ଅକ୍ସିଜେନ୍‍ ଟ୍ୟାଙ୍କର୍‍ ପଠାଯାଉଛି।ଏ ପର୍ଯ୍ୟନ୍ତ ଓଡ଼ିଶାରୁ ୧୨୨୬ଟି ଟ୍ୟାଙ୍କର୍‍ ଯୋଗେ ୨୨୫୪୨.୮୯୫ ମେଟ୍ରିକ୍‍ ଟନ୍‍ ଅକ୍ସିଜେନ୍‍ ପଠାଯାଇଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories