www.samajalive.in
Friday, December 12, 2025
17.1 C
Bhubaneswar

ଓୱେସିଙ୍କ ଚେତାବନୀ: ସିଏଏ ଉଚ୍ଛେଦ କର, ନହେଲେ ଶାହିନବାଗ ଘଟଣାର ପୁନରାବୃତ୍ତି ଘଟିବ

ଲଖନଉ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନିଟି କୃଷି ଆଇନ ଉଚ୍ଛେଦ କରିବାକୁ ଘୋଷଣା କରିବା ପରେ ଦେଶରେ ଏବେ ସିଏଏ ଉଚ୍ଛେଦ କରିବା ଦାବି ଜୋର ଧରିଛି । ଅଲ ଇଣ୍ଡିଆ ମଜଲିସ ଇ ଇତ୍ତେହାଦୁଲ ମୁସଲିମିନ (ଏଆଇଏମଆଇଏମ) ମୁଖ୍ୟ ଆସାଦୁଦ୍ଦିନ ଓୱେସି ନାଗରିକ ସଂଶୋଧନ ଆଇନ (ସିଏଏ)କୁ ପ୍ରତ୍ୟାହାର କରିନେବାକୁ ରବିବାର ଦିନ କେନ୍ଦ୍ର ସରକାରଙ୍କୁ କହିଛନ୍ତି । ତାହା ନହେଲେ ଏହି ଦାବିରେ ଦେଶବ୍ୟାପୀ ବିରୋଧ ଓ ବିକ୍ଷୋଭ କରାଯିବ । ଏଆଇଏମଆଇଏମ ଏହାକୁ ନେଇ ଉତ୍ତର ପ୍ରଦେଶରେ ରାସ୍ତାକୁ ଓହ୍ଲାଇବ ଏବଂ ଆବଶ୍ୟକ ହେଲେ ରାଜ୍ୟରେ ଶାହିନ ବାଗ ଘଟଣାର ପୁନରାବୃତ୍ତି ଘଟିବ ।
ବାରବାଙ୍କିରେ ଏକ ଜନସମାବେଶରେ ଉଦବୋଧନ ଦେଇ ଓୱେସି କହିଛନ୍ତି, ନାଗରିକ ସଂଶୋଧନ ଆଇନ ଉଚ୍ଛେଦ କରିବାକୁ ସେ ବିଜେପି ସରକାର ନିକଟରେ ଦାବି କରୁଛନ୍ତି । କେନ୍ଦ୍‍୍ର ସରକାର ଏହାକୁ କୃଷି ଆଇନ ଉଚ୍ଛେଦ ଅନୁରୂପ ବିଚାରକୁ ନେବା ଆବଶ୍ୟକ । ସରକାର ଯଦି ଜାତୀୟ ଜନସଂଖ୍ୟା ରେଜିଷ୍ଟର (ଏନପିଆର) ଏବଂ ନାଗରିକଙ୍କର ଜାତୀୟ ରେଜିଷ୍ଟର (ଏନଆରସି) ସଂକ୍ରାନ୍ତରେ ଆଇନ ପ୍ରଣୟନ କରନ୍ତି ତେବେ ସେ ପୁନର୍ବାର ରାସ୍ତାକୁ ଓହ୍ଲାଇବେ । ଶାହିନବାଗ ଘଟଣାର ପୁନରାବୃତ୍ତି ଘଟାଇବେ, ସେ ମଧ୍ୟ ସେଠାରେ ଉପସ୍ଥିତ ରହିପାରନ୍ତି ବୋଲି ଓୱେସି କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ କୃଷକମାନେ ସରକାରଙ୍କୁ ବିଶ୍ୱାସ କରୁନାହାନ୍ତି । ସେମାନେ କହିଛନ୍ତି ଯେ ସଂସଦ ଆରମ୍ଭ ହୋଇ କୃଷି ଆଇନ ଉଚ୍ଛେଦ ବିଲ୍‍ ଆଗତ ହେଲେ ସେମାନେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବେ । ଆସନ୍ତା ବର୍ଷ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଆଇଏମଆଇଏମ୍‍ ୪୦୩ ମଧ୍ୟରୁ ୧୦୦ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛି । ଏଥିସହିତ ଏହା ମେଣ୍ଟ କରିବା ପାଇଁ ଅନ୍ୟ ରାଜନୈତିକ ଦଳଗୁଡିକ ସହିତ ଆଲୋଚନା ଜାରି ରଖିଥିବା ଓୱେସି କହିଛନ୍ତି ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories