ଡେସ୍କ: ଓଡ଼ିଶା ୟୁନିଭର୍ସିଟି ଅଫ୍ ଅଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି (ଓୟୁଏଟି)ର କୁଳପତି ଭାବେ ପ୍ରଫେସର ପ୍ରଭାତ କୁମାର ରାଉଳଙ୍କୁ ନିଯୁକ୍ତି ମିଳିଛି। ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍ ଏହି ନିଯୁକ୍ତି ଦେଇଛନ୍ତି। ଆଗାମି ୩ ବର୍ଷ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ। ପ୍ରଫେସର ରାଉଳ ବର୍ତ୍ତମାନ ଓଡିଶା କୃଷି ପ୍ରୋତ୍ସାହନ ଏବଂ ପୁଞ୍ଜି ଲଗାଣ ନିଗମ ଲିଃ (ଆପିକଲ)ର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ନିକଟରେ ୨୯ ବର୍ଷର ଶିକ୍ଷକତା ଅଭିଜ୍ଞତା ରହିଛି। ସେ ୨୪ଟି ପୁସ୍ତକ ରଚନା କରିଥିବା ବେଳେ ତାଙ୍କ ଅଧୀନରେ ୯ ଜଣ ପିଏଚଡି କରିଛନ୍ତି।
Popular Categories



