ନୂଆଦିଲ୍ଲୀ : ଭାରତ ‘ଅପରେସନ୍ ସିନ୍ଦୂର’ ଜରିଆରେ ପାକିସ୍ତାନରେ ଆତଙ୍କବାଦୀଙ୍କ ଅଣ୍ଟା ଭାଙ୍ଗି ଦେଇଛି । ଏହି ଆକ୍ରମଣ ପରେ ବିଳିବିଳେଉଥିବା ପାକିସ୍ତାନ ପ୍ରତିଶୋଧ ନେବା ପାଇଁ ଚେଷ୍ଟା କରିଛି । ପାକିସ୍ତାନ ଭାରତର ୧୫ ସହର ଉପରେ ଆକ୍ରମଣ କରିବା ପାଇଁ ଚେଷ୍ଟା କରିଥିବା ଖବର ସାମ୍ନାକୁ ଆସିଛି । ଯାହାକୁ ପଣ୍ଡ କରି ଦେଇଛନ୍ତି ଭାରତ ସରକାର।
ପାକିସ୍ତାନ ଭାରତର ଅବନ୍ତିପୁରା, ଶ୍ରୀନଗର, ଜମ୍ମୁ, ପଠାନକୋଟ, ଅମୃତସର, କପୁରଥଲା, ଲୁଧିଆନା, ଭଟିଣ୍ଡା, ଚଣ୍ଡିଗଡ, ନଲ, ଫଲୋଦୀ ଓ ଭୁଜରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ଏହାର ଜବାବରେ ଭାରତ ଏସ୍-୪୦୦ର ବ୍ୟବହାର କରି ପାକିସ୍ତାନରେ ହଇଚଇ ସୃଷ୍ଟି କରିଛି। ଭାରତ ପ୍ରଥମ ଥର ଏହାର ବ୍ୟବହାର କରିଛି ବୋଲି ସୂଚନା ମିଳିଛି । ପାକିସ୍ତାନ ବିରୁଦ୍ଧରେ ଏହି ଅପରେସନ୍ ସାରା ରାତି ଚାଲି ଥିଲା । ଭାରତ ପାକିସ୍ତାନର ଯୋଜନାକୁ ପଣ୍ଡ କରି ଦେଇଛି।
ସରକାରଙ୍କ ପକ୍ଷରୁ କୁହାଯାଇଛି, ପାକିସ୍ତାନ ସୈନ୍ୟ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଇ ନାହିଁ । କେବଳ ପାକିସ୍ତାନର ଆକ୍ରମଣର ଯୋଜନାକୁ ଅକାମୀ କରାଯାଇଛି।
ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ପାକିସ୍ତାନ ଡ୍ରୋନ୍ ଓ ମିସାଇଲର ବ୍ୟବହାର କରି ଭାରତର ଅନେକ ସହରରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ମାତ୍ର ଭାରତ ୟୁଏଏସ ଗ୍ରିଡ୍ ଓ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ଏହାକୁ ଧ୍ୱଂସ କରିଛି। ତଲାସି ପରେ ପାକିସ୍ତାନ ଆକ୍ରମଣର ପ୍ରମାଣ ମିଳିଥିଲା ।
ସୋଫିଆଙ୍କ ଧର୍ମ କ’ଣ.. ଜାଣନ୍ତୁ ଗୁଗଲ୍ରେ ପାକିସ୍ତାନୀ ସର୍ଚ୍ଚ କରୁଛନ୍ତି ଏସବୁ..



