www.samajalive.in
Wednesday, December 10, 2025
26.1 C
Bhubaneswar

ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲିବା ପ୍ରସଂଗ, ହାଇକୋର୍ଟରେ ମାମଲା ଶୁଣାଣି ଘୁଞ୍ଚିଲା

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସହିତ ରାଜ୍ୟର ଅନ୍ୟ ଧର୍ମାନୁଷ୍ଠାନ ଖୋଲିବା ସଂପର୍କିତ ମାମଲାର ଶୁଣାଣି ହାଇକୋର୍ଟରେ ଘୁଞ୍ଚିଛି। ସମାନ ପ୍ରସଂଗ ନେଇ ଗୀତାର୍ଥ ଗଙ୍ଗା ଟ୍ରଷ୍ଟ ଦାୟର କରିଥିବା ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ରହିଥିବାରୁ ଏବଂ ଏହାର ପରବର୍ତ୍ତୀ ଶୁଣାଣି ଚଳିତ ମାସ ଶେଷ ସପ୍ତାହରେ ହେବାକୁ ଥିବାରୁ ହାଇକୋର୍ଟ ନଭେମ୍ବର ୧୮ରେ ପରବର୍ତ୍ତୀ ଶୁଣାଣି କରିବେ। ଜୟନ୍ତ ବଳଙ୍କ ଦ୍ୱାରା ଆଗତ ଏହି ଜନସ୍ବାର୍ଥ ଆବେଦନର ଆଜି ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ୍ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନି‌ର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଭୁତି ଭୂ‌ଷଣ ଚୌଧୁରୀ ଓ ଆଲୋକ କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

ସୂଚନାଯୋଗ୍ୟ ଯେ ଜୁନ୍ ୮ରୁ ଧର୍ମାନୁଷ୍ଠାନ ସାଧାରଣଙ୍କ ଲୋକଙ୍କ ପାଇଁ ଖୋଲା ଯାଇ ପାରିବ ବୋଲି ୨୦୨୦, ମେ’ ୩୧ରେ କେନ୍ଦ୍ର ସରକାର ଜାରି କରିଥିବା ନିୟମାବଳୀରେ ସ୍ପଷ୍ଟ କରିଥିଲେ। ଏହାପରେ ଅଗଷ୍ଟ ୨୯‌ରେ ଅନ୍‌ଲକ୍-୪ ନେଇ ଜାରି କରାଯାଇଥିବା ନିୟମାବଳୀ ଅନୁସାରେ କଣ୍ଟେନମେଣ୍ଟ ଜୋନ ବାହାରେ କୌଣସି ପ୍ରକାର କଟକଣା ଜାରି କରିବା ପୂର୍ବରୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାରଙ୍କ ଅନୁମତି ନେବାକୁ ପଡ଼ିବ। କିନ୍ତୁ ଏ ସମସ୍ତ ନିୟମ ଉଲ୍ଲଂଘନ କରି ରାଜ୍ୟ ସରକାର ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ସର୍ବସାଧାରଣଙ୍କ ପାଇଁ ଖୋଲିବା ଉପରେ କଟକଣା ଜାରି କରିଥିଲେ ବୋଲି ଦର୍ଶାଇ ଶ୍ରୀ ବଳ ଏହି ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ଗତ ୨୫ ତାରିଖ ଦିନ ମାମଲାରେ ଆଇନ ବିଭାଗ ଅନୁସଚିବ ଡି.ମାରାଣ୍ଡିଙ୍କ ପକ୍ଷରୁ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରାଯାଇଥିଲା। ଦାଖଲ ଜବାବରେ କୁହାଯାଇଥିଲା ଯେ ମନ୍ଦିର ପରିସରରେ ସାମାଜିକ ଦୂରତ୍ବ ରକ୍ଷା ପାଇଁ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଉଥିବା ବେଳେ ଗର୍ଭଗୃହ ଭିତରକୁ ପ୍ରବେଶ ପଥ ଅତ୍ୟନ୍ତ ସଂକୀର୍ଣ୍ଣ। ଏଭଳି ସ୍ଥିତିରେ ସାମାଜିକ ଦୂରତ୍ବ ରକ୍ଷା କରିବା କଷ୍ଟକର। ଏଥି ସହିତ ରାଜ୍ୟରେ ହଜାର ହଜାର ମନ୍ଦିର ରହିଛି। ପ୍ରତି ଗାଁରେ ଅତି କମରେ ଗୋଟିଏ ମନ୍ଦିର ରହିଛି। ସବୁ  ମନ୍ଦିରରେ ଏକ ସମୟରେ ପୁଲିସ ମୁତୟନ କରିବା ସମ୍ଭବ ନୁହେଁ। ଆଇନ ଶୃଙ୍ଖଳା ରକ୍ଷା ସହିତ କୋଭିଡ-୧୯ ସଂପର୍କିତ କାର୍ଯ୍ୟରେ ରାଜ୍ୟ ପୁଲିସ ଏବେ ନିୟୋଜିତ।

- Advertisement -

ସେ ଦର୍ଶାଇଥିଲେ ଯେ ଏବେ ଧାର୍ମିକ ଅନୁଷ୍ଠାନ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇ ନଥିଲେ ମଧ୍ୟ ସମସ୍ତ ଧାର୍ମିକ କାର୍ଯ୍ୟ ସଂପାଦନ କରାଯାଉଛି। ଜିଲ୍ଲା କର୍ତ୍ତୃପକ୍ଷଙ୍କ ନିକଟରୁ ମିଳିଥିବା ସୂଚନା ଅନୁସାରେ ବହୁ ସଂଖ୍ୟାରେ ସେବକ କରୋନା ଭୂତାଣୁ ସଂକ୍ରମିତ ହୋଇଛନ୍ତି। ଏହି ପରିସ୍ଥିତିରେ ମନ୍ଦିର ଓ ଧାର୍ମିକ ଅନୁଷ୍ଠାନ ଯଦି ଖୋଲା ଯାଏ ତେବେ ଆଉ ଅଧିକ ସଂଖ୍ୟାରେ ସେବକ ସଂକ୍ରମିତ ହେବାର ସମ୍ଭାବନା ରହିଛି। ଫଳରେ ଧର୍ମାନୁଷ୍ଠାନରେ ନିୟମିତ ନୀତି ପ୍ରଭାବିତ ହେବ। ବୟସ୍କ ଲୋକମାନେ ଧର୍ମାନୁଷ୍ଠାନକୁ ନିୟମିତ ଭାବେ ଯାଉଥିବା ବେଳେ ଯଦି ଧର୍ମାନୁଷ୍ଠାନ ଖୋଲା ଯାଏ ତେବେ ସେମାନଙ୍କ ସଂକ୍ରମଣ ଆଶଙ୍କା ରହିଛି।

ପୁରୀରେ ରଥଯାତ୍ରା ପୂର୍ବରୁ ଓ ପରେ ଜୁନ୍ ୩ରୁ ଜୁଲାଇ ୨୭ ତାରିଖ ମଧ୍ୟରେ ୩ଟି ପର୍ଯ୍ୟାୟରେ ଶ୍ରୀଜଗନ୍ନାଥ ମନ୍ଦିରର ସେବକ ଓ ମନ୍ଦିର କାର୍ଯ୍ୟାଳୟ କର୍ମଚାରୀଙ୍କ ନମୂନା ସଂଗ୍ରହ କରାଯାଇଥିଲା। ୭ ହଜାର ୭୧୪ଟି ନମୂନା ମଧ୍ୟରୁ ୬ଟି ପଜିଟିଭ୍ ବାହାରିଥିଲା। ଏହାପରେ ପୁଣି ଅଗଷ୍ଟ ୨୬ରୁ ସେପ୍ଟେମ୍ବର ୨୩ ମଧ୍ୟରେ ସେବକ ଓ କର୍ମଚାରୀଙ୍କ ଟେଷ୍ଟ କରାଯାଇଥିଲା। ୮୨୨ଟି ସଂଗୃହୀତ ନମୂନା ମଧ୍ୟରୁ ୩୭୯ଟି ପଜିଟିଭ୍ ବାହାରିଥିଲା। ଏଥି ମଧ୍ୟରେ ୪୭ ଜଣ ଶ୍ରୀମନ୍ଦିର କର୍ମଚାରୀ ହୋଇଥିବା ବେଳେ ଅବଶିଷ୍ଟ ୩୩୨ଜଣ ସେବକ ସଂପ୍ରଦାୟର। ଏଭଳି ଗମ୍ଭୀର ସ୍ଥିତି ମଧ୍ୟରେ ଶ୍ରୀଜିଉଙ୍କ ନୀତିକାନ୍ତି ବିନା କୌଣସି ବାଧାରେ ଅନୁଷ୍ଠିତ ହେଉଛି। ଯଦି ଅଧିକ ସଂଖ୍ୟକ ସେବକ ସଂକ୍ରମିତ ହୁଅନ୍ତି ତେବେ ମନ୍ଦିରରେ ନୀତି ସଂପାଦନ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏପରି ପରିସ୍ଥିତିରେ ଧର୍ମାନୁଷ୍ଠାନ ଖୋଲିବା ଉପରେ ଯେଉଁ କଟକଣା ଜାରି କରାଯାଇଛି ତାହା ଜନସ୍ବାର୍ଥରେ ବୋଲି ଜବାବରେ ଉଲ୍ଲେଖ କରାଯାଇଛି।

କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ପ୍ରସଂଗକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପରି କଟକଣା ଜାରି ପାଇଁ ନିଷ୍ପତ୍ତି ନେଇଥିଲେ। ପଡୋଶୀ ଆନ୍ଧ୍ରପ୍ରଦେଶରେ ଥିବା ପ୍ରସିଦ୍ଧ ତିରୁପତି ମନ୍ଦିର ଜୁନ୍ ୧୧ରୁ ଖୋଲିବା ପରେ ଏହାର ୭ଶହ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଚିହ୍ନଟ କରାଯାଇଛି ଏବଂ ତିରୁମାଲାରେ ୩ଜଣ କର୍ମଚାରୀଙ୍କ ଜୀବନ ହାନି ହୋଇଛି। ତେଣୁ ରାଜ୍ୟ ସରକାର ଧର୍ମାନୁଷ୍ଠାନ ଖୋଲିବା ଉପରେ କଟକଣା ଜାରି କରିଥିଲେ। ଧର୍ମାନୁଷ୍ଠାନ ଖୋଲିବା ପ୍ରସଂଗକୁ ନେଇ ଗୀତାର୍ଥ ଗଙ୍ଗା ଟ୍ରଷ୍ଟ ବନାମ କେନ୍ଦ୍ର ସରକାର ମାମଲାରେ ସେପ୍ଟେମ୍ବର ୯ରେ ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କ ସହିତ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଥିଲେ। ଏହି ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ଏପରି ପରିସ୍ଥିତିରେ ହାଇକୋର୍ଟରେ ବିଚାରାଧୀନ ଏହି ମାମଲା ଗ୍ରହଣୀୟ ନୁହେଁ ବୋଲି ଜବାବରେ ଉଲ୍ଲେଖ କରାଯାଇଥିଲା।

Hot this week

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

Related Articles

Popular Categories