ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସାଉଥ୍ ସିନେଶିଳ୍ପ ଏହାର ଚଳଚ୍ଚିତ୍ରଗୁଡ଼ିକ ପାଇଁ ଲଗାତାର ଚର୍ଚ୍ଚାରେ ରହିଛି। ଗତ କିଛିବର୍ଷ ମଧ୍ୟରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରଗୁଡ଼ିକ ସେମାନଙ୍କର ଜବରଦସ୍ତ ବିଷୟବସ୍ତୁ ପାଇଁ ଖୁବ୍ ଲୋକପ୍ରିୟତା ହାସଲ କରିଛି। ବର୍ତ୍ତମାନ ଉତ୍ତର ଭାରତର ଲୋକମାନେ ମଧ୍ୟ ଏହି ଚଳଚ୍ଚିତ୍ରଗୁଡ଼ିକ ପାଇଁ ଉତ୍ସାହର ସହି ଅପେକ୍ଷା କରୁଛନ୍ତି। ଇତି ମଧ୍ୟରେ ଏକ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଏତେ ଉତ୍ସାହ ଦେଖାଦେଇଛି ଯେ, ନିର୍ମାତାମାନେ ବାଧ୍ୟ ହୋଇ ଏକ ମାସ ପୂର୍ବରୁ ଫିଲ୍ମ ରିଲିଜ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଚଳଚ୍ଚିତ୍ରର ଆକ୍ସନ୍ ଏବଂ ଷ୍ଟାଇଲ୍ ପ୍ରଶଂସକଙ୍କୁ ପାଗଳ କରିଦେଇଛି।
ଏହି ଚଳଚ୍ଚିତ୍ରର ନାଁ ହେଉଛି ‘ବୋୟାପତି ରାପୋ’। ଏହି ଚଳଚ୍ଚିତ୍ରଟି ଲୋକପ୍ରିୟ ନିର୍ମାତା ବୋୟାପତି ଶ୍ରୀନୁ ଓ ଉସ୍ତାଦ ପୋଥିନେନୀଙ୍କ ଦ୍ବାରା ନିର୍ମିତ। ଅଭିନେତା ରାମ ପୋଥିନେନୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ‘ବୋୟାପତି ରାପୋ’ ଚଳଚ୍ଚିତ୍ରର ନିର୍ମାତା ପ୍ରଥମେ ଚଳିତ ବର୍ଷ ଦଶହରା ଅବସରରେ ଅକ୍ଟୋବର ୨୦ରେ ଏହାକୁ ରିଲିଜ କରିବାକୁ ନିଷ୍ପତ୍ତି ନେଇଥିଲେ, କିନ୍ତୁ ଫିଲ୍ମକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ସାହକୁ ଦେଖି ଏବେ ଏହାକୁ ଏକ ମାସ ପୂର୍ବରୁ ମୁକ୍ତିଲାଭ କରାଯିବ। ସେପ୍ଟେମ୍ବର ୧୫ରେ ମୁକ୍ତିଲାଭ କରିବ ‘ବୋୟାପତି ରାପୋ’। ଏହି ଚଳଚ୍ଚିତ୍ର ତେଲୁଗୁ, ତାମିଲ, କନ୍ନଡ଼, ମାଲାୟାଲମ ଓ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବ।
ବୋୟାପତି ଶ୍ରୀନୁ ଏବଂ ଉସ୍ତାଦ୍ ରାମ ପୋଥିନେନୀଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ବୋୟାପତି ରାପୋ’ର ପ୍ରଥମ ଝଲକ୍ ସାମାଜିକ ଗଣମାଧ୍ୟମରେ ହଇଚଇ ସୃଷ୍ଟି କରିଥିଲା। ଚଳଚ୍ଚିତ୍ରର ଶେଷଭାଗ ଶୁଟିଂ ଚାଲିଛି ଏବଂ ଏଥିରେ ଜୋରଦାର ଆକ୍ସନ ଦେଖିବାକୁ ମିଳିବ। ‘ବୋୟାପତି ରାପୋ’ରେ ଏସ୍ ଏସ୍ ଥମାନଙ୍କ ସଙ୍ଗୀତ ଅଛି। ଏହି ଫିଲ୍ମରେ ଅଭିନେତ୍ରୀ ଶ୍ରୀଲିଲାଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଫିଲ୍ମକୁ ନେଇ ପ୍ରଶଂସକମାନେ ବେଶ୍ ଉତ୍ସାହିତ ଅଛନ୍ତି। ଦୀର୍ଘ ଦିନରୁ ଚଳଚ୍ଚିତ୍ର ଚର୍ଚ୍ଚାରେ ରହିଛି।



