www.samajalive.in
Saturday, December 6, 2025
26.1 C
Bhubaneswar

ପୁନର୍ବାର ଅନ୍‌ଲାଇନ୍‌ରେ ପରୀକ୍ଷା କରାଇବାକୁ ଦାବି

ଭୁବନେଶ୍ୱର: ଗତ ମାସରେ ଅନୁଷ୍ଠିତ ସହକାରୀ ଅନୁଭାଗ ଅଧିକାରୀ (ଏଏସ୍‌ଓ) ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଛି। ନିୟମ ଅନୁସାରେ ପରୀକ୍ଷା ବ୍ୟବସ୍ଥା ପରିଚାଳନା କରାଯାଇ ନାହିଁ। ଏପରି କରାଯାଇ ଥିବାରୁ ବହୁ ଅଯୋଗ୍ୟ ପ୍ରାର୍ଥୀ ଚାକିରି ପାଇବାରେ ସଫଳ ହେବେ। ଏଭଳି ଅବସ୍ଥାରେ ଏଏସ୍‌ଓ ପରୀକ୍ଷାକୁ ବାତିଲ୍ କରାଯାଇ ଅନ୍‌ଲାଇନ୍‌ରେ କରିବା ପାଇଁ ଆଶାୟୀ ଛାତ୍ରଛାତ୍ରୀ ପରିଷଦ ପକ୍ଷରୁ ଓପିଏସ୍‌ସି ନିକଟରେ ଦାବି କରାଯାଇଛି।
ଭୁବନେଶ୍ବରରେ ଆୟୋଜିତ ସାମ୍ବାଦିକ ସମ୍ମିିଳନୀରେ ପରିଷଦର ଆବାହକ ଗିରିଜା ଶଙ୍କର ଜେନା କହିଛନ୍ତି, ଓପିଏସ୍‌ସି ପକ୍ଷରୁ ଗତ ମାସ ୨୦ ତାରିଖରେ ଏଏସ୍‌ଓ ପଦବୀ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ତେବେ ଅଧିକାଂଶ କେନ୍ଦ୍ରରେ ବ୍ୟାପକ ଅନିୟମିତତା ହୋଇଥିବା ନଜରକୁ ଆସିଛି। ପରୀକ୍ଷାରେ ବ୍ୟାପକ କପି ହୋଇଥିଲା। ସ୍ମାର୍ଟ ୱାଚ୍ ଓ ଫୋନ୍ ମାଧ୍ୟମରେ ପରୀକ୍ଷା ହଲ୍‌ରୁ ବାହାରକୁ ପ୍ରଶ୍ନପତ୍ର ଆସୁଥିଲା ଏବଂ ଏହା ମାଧ୍ୟମରେ ବାହାରୁ ଉତ୍ତର ପିଲାମାନେ ସହଜରେ ପାଇ ପାରୁଥିଲେ। କେତେକ ପରୀକ୍ଷା କେନ୍ଦ୍ରରେ ପୂର୍ବରୁ ସିଲ୍‌ ଖୋଲା ଯାଇଥିବା ପ୍ୟାକେଟ୍‌ରୁ ପ୍ରଶ୍ନପତ୍ର ଦିଆଯାଇ ଥିବାବେଳେ ପରୀକ୍ଷା ହଲ୍‌ରେ ସିସିଟିଭି ନଥିଲା। ଏପରି ଅବସ୍ଥାରେ ପରୀକ୍ଷା ଆୟୋଜନର ସ୍ବଚ୍ଛତାକୁ ବିଶ୍ବାସ କରାଯାଇ ନପାରେ। ଓଟିଇଟି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହୋଇଥିବାରୁ ତା’ର ପରୀକ୍ଷାକୁ ବାତିଲ କରି ଅନ୍‌ଲାଇନ୍‌ରେ କରାଇବା ପାଇଁ ମାଧ୍ୟାମିକ ପରିଷଦ ଘୋଷଣା କରିଛି। ଅନୁରୂପ ଭାବେ ଏଏସ୍‌ଓ ପରୀକ୍ଷାରେ ହୋଇଥିବା ବ୍ୟାପକ ଅନିୟମିତତାକୁ ବିଚାରକରି ପୁନର୍ବାର ଅନ୍‌ଲାଇନ୍‌ରେ ପରୀକ୍ଷା କରାଇବା ପାଇଁ ଓପିଏସ୍‌ସି ଘୋଷଣା କରନ୍ତୁ ବୋଲି ସେ କହିଛନ୍ତି। ଏହି ଦାବି ନେଇ ପରିଷଦ ପକ୍ଷରୁ ରବିବାର ଲୋୟର ପିଏମ୍‌ଜିରେ ରାଲି ଓ ଧାରଣା ଦିଆଯିବ।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories