ରାୟଗଡା : ପିଲାମାନେ ଯାଦୁଖେଳ ଖେଳୁଥିବାବେଳେ ଜଣେ ଛାତ୍ରଙ୍କ ବେକ କଟିଯାଇଛି । ଆବାସିକ ବିଦ୍ୟାଳୟରେ ଏମିତି ଅଘଟଣ ଘଟିଛି । ବ୍ଲେଡରେ ଜଣେ ଛାତ୍ରଙ୍କ ବେକ କଟିଯିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କାଶୀପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି । ସୂଚନାଯୋଗ୍ୟ ଆବାସିକ ବିଦ୍ୟାଳୟରେ ସନ୍ଧ୍ୟାବେଳେ ପିଲାମାନେ ଯାଦୁଖେଳ ଖେଳୁଥିଲେ । ଏହି ସମୟରେ ଅସାବଧାନତା ଯୋଗୁଁ ବ୍ଲେଡରେ ଜଣେ ଛାତ୍ରଙ୍କ ବେକ କଟିଯାଇଥିଲା ।
Popular Categories



