www.samajalive.in
Saturday, December 6, 2025
26.1 C
Bhubaneswar

ଉଦ୍ଧବ ସରକାରରେ ବିବାଦ ତେଜୁଛି; ବିଭାଗ ମିଳିବା ଆଗରୁ ମନ୍ତ୍ରୀଙ୍କ ଇସ୍ତଫା

ମୁମ୍ବଇ: ମହାରାଷ୍ଟ୍ରର ଉଦ୍ଧବ ସରକାରରେ ବିବାଦ ବଢ଼ିବାରେ ଲାଗିଛି। ପୂର୍ବରୁ ବିଭାଗ ବଣ୍ଟନକୁ ନେଇ କଂଗ୍ରେସ ଅସନ୍ତୋଷ ବ୍ୟକ୍ତ କରିଥିବାବେଳେ ଏବେ ଶିବସେନାର ଜଣେ ବିଧାୟକ ନିଜର ଅସନ୍ତୋଷ ଜାହିର କରିଛିନ୍ତି। ଏହି ବିଧାୟକ ଜଣକ ହେଉଛନ୍ତି ଅବ୍ଦୁଲ ସତ୍ତାର ନବୀ। ବିଭାଗ ମିଳିବା ଆଗରୁ ସତ୍ତାର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଶିବସେନା କୋଟାରୁ ସେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ। ତାଙ୍କ ଇସ୍ତଫା ପତ୍ର ଉଦ୍ଧବ ଠାକରେଙ୍କ ନିକଟରେ ପହଞ୍ଚି ନାହିଁ। ତେବେ ସତ୍ତାରଙ୍କୁ ମନ୍ତ୍ରିପଦ ମିଳିବା ପରେ ଶିବସେନାର ଅନେକ ବରିଷ୍ଠ ନେତା ଅସନ୍ତୋଷ ପ୍ରକାଶ କରିଥିଲେ।

ସୂଚନାଯୋଗ୍ୟ, ନିକଟରେ ଉଦ୍ଧବ ସରକାରରେ ୩୬ ନୂଆ ମନ୍ତ୍ରୀ ଶପଥ ନେଇଥିଲେ। ସେମାନଙ୍କ ମଧ୍ୟରେ ଜଣେ ଉପମୁଖ୍ୟମନ୍ତ୍ରୀ, ୨୫ କ୍ୟାବିନେଟ୍‌ ମନ୍ତ୍ରୀ ଏବଂ ୧୦ ରାଷ୍ଟ୍ରମନ୍ତ୍ରୀ ସାମିଲ ଥିଲେ। ଅନ୍ୟପଟେ ୨୦୧୪ ପରେ ପ୍ରଥମ ଥର ଲାଗି ମନ୍ତ୍ରିମଣ୍ଡଳରେ ୪ ମୁସଲମାନଙ୍କୁ ସାମିଲ କରାଯାଇଛି। ଏମାନଙ୍କ ମଧ୍ୟରେ ଶିବସେନାରୁ ଜଣେ ମାତ୍ର ବିଧାୟକ ଥିଲେ ସତ୍ତାର। ସତ୍ତାରଙ୍କୁ ରାଷ୍ଟ୍ରମନ୍ତ୍ରୀ ପଦବୀ ମିଳିଥିବାବେଳେ ଏନସିବିର ନବାବ ମଲିକ, ହସନ ମୁଶରୀଫ ଏବଂ କଂଗ୍ରେସର ଅସଲମ ଶେଖଙ୍କୁ କ୍ୟାବିନେଟ୍‌ ପଦବୀ ମିଳିଥିଲା।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories