www.samajalive.in
Monday, December 8, 2025
24.1 C
Bhubaneswar

ବଜ୍ରାଘାତରେ ଜଣେ ମୃତ

ବୋଲଗଡ : ବୋଲଗଡ ବ୍ଲକ ବାଙ୍କୋଇ ଫାଣ୍ଡି ଅନ୍ତର୍ଗତ ସାଗରଗୁଆଁ ପଞ୍ଚାୟତ ଗୋଡିଆଳି ଗ୍ରାମର ଜଣେ ବ୍ୟକ୍ତି ରବିବାର ସନ୍ଧ୍ୟାରେ ବଜ୍ରାଘାତରେ ପ୍ରାଣ ହରାଇଛନ୍ତି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ,ଗୋଡିଆଳି ଗ୍ରାମର ରବୀନ୍ଦ୍ର ଦଳାଇ(୫୦)ସକାଳୁ ରଣପୁର ବ୍ଲକ କୋଟଣିସୀରା ଗ୍ରାମ ନିଜ ଶଶ୍ୱର ଘରକୁ ଯାଇଥିଲେ। ସନ୍ଧ୍ୟାରେ ରଣପୁର ରାଜସୁନାଖଳା ରାଜପଥ ଦେଇ ନିଜ ଗ୍ରାମ ଗୋଡିଆଳିକୁ ଫେରୁଥିଲେ। ରାସ୍ତାରେ ଥିବା ଦହିଖାଇ ଠାକୁରାଣୀଙ୍କ ଅନତି ଦୁରରେ ବଜ୍ରାଘାତ ହେବାରୁ ସେ ହଠାତ୍‍ ସଜ୍ଞାହୀନ ହୋଇ ପଡିଯାଇଥିଲେ। ସ୍ଥାନୀୟ ଲୋକମାନଙ୍କ ସହାୟତାରେ ରାଜସୁନାଖଳା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଭୁବନେଶ୍ୱରସ୍ଥିତ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ଡାକ୍ତର ତାଙ୍କର ମୃତ୍ୟୁ ଘଟିଥିଲା ଓ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ପରେ ମୃତଦେହ ବ୍ୟବଚ୍ଛେଦ କରାଯାଇ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ଏକ ଶୋକାକୁଳ ପରିବେଶ ମଧ୍ୟରେ ଗ୍ରାମ ଶ୍ମଶାନରେ ଶବ ସଂସ୍କାର କରାଯାଇଥିଲା। ସେ ଜଣେ ଗରୀବ ବ୍ୟକ୍ତି ଥିବାରୁ ତାଙ୍କ ପରିବାରକୁ ସରକାରୀ ଆର୍ଥିକ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories