www.samajalive.in
Monday, December 8, 2025
14.1 C
Bhubaneswar

ବାଇକ ଧକ୍କାରେ ଯୁବକ ମୃତ୍ୟୁ ଘଟଣା; ମୃତଦେହ ରଖି ରାସ୍ତାରୋକ, ୧୭ଘଣ୍ଟା ପରେ ସମାଧାନ

ଲାଞ୍ଜିଗଡ଼ : ଲାଞ୍ଜିଗଡ ଅଞ୍ଚଳରେ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଉଛି। ଗତ ଗୁରୁବାର ଦିନ ଲାଞ୍ଜିଗଡ ଥାନା ଅର୍ନ୍ତଗତ ଲଙ୍ଗଳବେଡା ଗାଁର ବିଜୟ ଜରିଜନଙ୍କ ପୁଅ ରେମାନ୍ତ ହରିଜନ(୨୨)ଙ୍କ ବାଇକ ଦୁର୍ଘଟଣା ହୋଇଥିଲା। ପ୍ରକାଶ ଯେ ରେମାନ୍ତ ତାଙ୍କ ଗାଁକୁ ଚାଲିଚାଲି ଫେରୁଥିବା ବେଳେ ଏକ ବାଇକ ରେମାନ୍ତକୁ ପଛପଟୁ ଧକ୍କା ଚାଲି ଯାଇଥିଲା। ଏହି ଧକ୍କାରେ ରେମାନ୍ତ ଅତ୍ୟନ୍ତ ଗୁରୁତର ହୋଇ ପଡିଥିଲେ। ପରିବାର ଲୋକେ ଖବର ପାଇ ତାକୁ ଚିକିତ୍ସା ପାଇଁ ଲାଞ୍ଜିଗଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ପ୍ରଥମେ ଭବାନୀପାଟଣା ଓ ପରେ ସେଠାରୁ ବୁର୍ଲା ନିଆଯାଇଥିଲା। ଏପଟେ ବାଇକ ଚାଳକ ବିଶ୍ୱନାଥପୁର ନିକଟସ୍ଥ ଭିରକାପଡାର ମୋହନ ମାଝୀକୁ ପୁଲିସ ପଚରା ଉଚରା କରି ଛାଡି ଦେଇଥିଲା। ରେମନ୍ତ ହରିଜନ ଦୁଇ ଦିନର ଚିକିତ୍ସା ପରେ ମଧ୍ୟ ଭଲ ନହେବାରୁ ପରିବାର ଲୋକେ ବିଶାଖାପାଟଣାକୁ ଚିକିତ୍ସା ପାଇଁ ନେଉଥିଲେ ହେଲେ ଅଧାରାସ୍ତାରେ ରେମନ୍ତର ମୃତ୍ୟୁ ହୋଇଥିଲା। ପରେ ପରିବାର ଲୋକେ ରେମନ୍ତର ମୃତଦେହ ଧରି ଗାଁକୁ ଫେରିଥିଲେ। ଉତ୍ତ୍ୟକ୍ତ ଗ୍ରାମବାସୀମାନେ ରେମନ୍ତର ମୃତଦେହକୁ ମୁଖ୍ୟ ରାସ୍ତାରେ ରଖି କ୍ଷତିପୁରଣ ପାଇଁ ଧାରଣା ଦେଇଥିଲେ। ଅନେକ ବୁଝାସୁଝା ପରେ ମଧ୍ୟ ସେମାନେ ଧାରଣାରୁ ଓହରି ନଥିଲେ। ଲାଞ୍ଜିଗଡ ଆଇଆଇସି ସତ୍ୟାନନ୍ଦ ପାତ୍ର ଓ ଅନ୍ୟାନ୍ୟ ଅଧିକାରୀମାନେ ଘଟଣାସ୍ଥଳକୁ ଆସି ପରିବାର ଲୋକଙ୍କୁ ଅନେକ ବୁଝାସୁଝା କରିଥିଲେ ଓ ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ପ୍ରଦାନ କରିବା ପରେ ଦୀର୍ଘ ୧୭ଘଣ୍ଟା ପରେ ଗ୍ରାମବାସୀମାନେ ଧାରଣାରୁ ଓହରି ଥିଲେ। ଛତ୍ରପୁର ସରପଞ୍ଚ ରାଜୀବ ମାଝୀ ମଧ୍ୟ ହରିଶ୍ଚନ୍ଦ୍ର ଯୋଜନାରେ ୪ହଜାର ଟଙ୍କା ପ୍ରଦାନ କରିଥିଲେ। ପରେ ପୁଲିସ ମୃତଦେହକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା ଓ ଅଭିଯୁକ୍ତ ମୋହନ ମାଝୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଲାଞ୍ଜିଗଡ ଥାନାଧିକାରୀ ଶ୍ରୀଯୁକ୍ତ ପାତ୍ର ପ୍ରକାଶ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories