www.samajalive.in
Saturday, December 6, 2025
26.1 C
Bhubaneswar

କରୋନାକୁ ଅଣଦେଖା ନକରି ଅଧିକ ସତର୍କ ରହିବାକୁ ପରାମର୍ଶ ଦେଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀର ‘ଜୁହାର୍’ ପରିବାର ଦ୍ୱାରା ରବିବାର ଆୟୋଜିତ ଇ-‘ନୂଆଁଖାଇ ପରବ୍’ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇ କରୋନାକୁ ଅଣଦେଖା ନକରି ଅଧିକ ସତର୍କ ରହିବାକୁ ଲୋକମାନଙ୍କୁ ନିବେଦନ କରିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ବର୍ତ୍ତମାନ କରୋନା ମହାମାରୀ ଦ୍ୱାରା ଓଡିଶା ସମେତ ସାରାଦେଶ ପ୍ରଭାବିତ ହୋଇଛି। ଏହି ମହାମାରୀକୁ ବେଖାତିର ନକରି ଲୋକମାନେ ଲକ୍ଷଣ ଦେଖୁଥିଲେ କୋଭିଡ୍ ଟେଷ୍ଟିଂ ସେଣ୍ଟରରେ ପରୀକ୍ଷା କରେଇନେବାର ଆବଶ୍ୟକତା ରହିଛି। କରୋନାର ଅପ୍ରଚାର ଠାରୁ ଦୂରେଇ ରହିବା ସହ ଆଇସିଏମଆରର କରୋନା ସମ୍ପର୍କିତ ପ୍ରୋଟୋକଲକୁ ସମସ୍ତେ ପାଳନ କରିବା ଦରକାର। କରୋନାରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା, ହାତ ଧୋଇବା, ଡାକ୍ତରଙ୍କ ପରାମର୍ଶ ନେବା, କରୋନା ଲକ୍ଷଣ ଥିଲେ ପରୀକ୍ଷା କରାଇବା ପାଇଁ ଲୋକଙ୍କୁ ସଚେତନ କରିବାକୁ ଜୁହାର୍ ଭଳି ଅନେକ ସାମାଜିକ ସଂଗଠନକୁ ନିବେଦନ କରିଛନ୍ତି ଶ୍ରୀ ପ୍ରଧାନ ।
ଆଜିର ମୂଳ ବିଷୟ ହେଉଛି ସମସ୍ତଙ୍କ ଜୀବନକୁ ସୁରକ୍ଷିତ କରିବାର ଓ କରୋନାରୁ ଦୂରେଇ ରହିବା ପାଇଁ ସଚେତନତା ସୃଷ୍ଟି କରିବାର। ଗୋଟିଏ ସାମାଜିକ ସଂଗଠନର ଦାୟିତ୍ୱ କେବଳ ସଂସ୍କୃତି ଓ ପରମ୍ପରାକୁ ଆଗକୁ ନେବାର ନୁହେଁ ବରଂ ବର୍ତ୍ତମାନ ଓ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଆଗେଇ ଆସିବା ଦରକାର ବୋଲି ସେ କହିଛନ୍ତି । କୃଷିଭିତ୍ତିକ, ସାମାଜିକ ତଥା ସାଂସ୍କୃତିକ ଗଣପର୍ବ ହେଉଛି ନୂଆଁଖାଇ । ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଭୋଗ ଲାଗି ହେବା, ସ୍ଥାନୀୟ ଜୀବନଜୀବିକାକୁ ବଢ଼ାଇବା, ସଂସ୍କୃତି ଓ ପରମ୍ପରାକୁ ଆଗକୁ ନେବା ଓ ଆତ୍ମନିର୍ଭର ହେବା ସହ ନୂଆ କଳ୍ପନା ଓ ନୂଆ ବିଚାରକୁ ନେଇ ଆଗକୁ ବଢ଼ିବାର ମହାନ୍ ଏବଂ ଅନନ୍ୟ ପରମ୍ପରା ନୂଆଁଖାଇ ବୋଲି ଶ୍ରୀ ପ୍ରଧାନ ଏହି କାର୍ଯ୍ୟକ୍ରମରେ କହିଛନ୍ତି ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories