www.samajalive.in
Wednesday, December 10, 2025
18.1 C
Bhubaneswar

ଅଟଳଘାଟରେ ଖସିଲା ମୋଦୀଙ୍କ ଗୋଡ଼ : ଉଦ୍ଧାର କଲେ ଏସପିଜି ଯବାନ

କାନପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର କାନପୁର ଗସ୍ତରେ ଯାଇ ଗଙ୍ଗା ଜାତୀୟ ପରିଷଦର ପ୍ରଥମ ବୈଠକରେ ଅଧ୍ୟକ୍ଷତା କରିବା ସହିତ ଗଙ୍ଗାନଦୀକୁ ସ୍ୱଚ୍ଛ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ନମାମି ଗଙ୍ଗେ ପ୍ରକଳ୍ପର ଅଗ୍ରଗତି ବିଷୟରେ ସମୀକ୍ଷା କରିଛନ୍ତି । ତେବେ ମୋଦୀ ଅଳ୍ପକେ ଏକ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି।

ସୂଚନା ଅନୁସାରେ, ମୋଦୀ ଅଟଳଘାଟରେ ପାହାଚରେ ଚଢୁଥିବାବେଳେ ତାଙ୍କ ଗୋଡ ଖସିଯାଇଥିଲା। ଯାହାଫଳରେ ପ୍ରଧାନମନ୍ତ୍ରୀ ତଳେ ପଡ଼ିଯାଉଥିବାବେଳେ ଏସପିଜି ଯବାନ ତାଙ୍କୁ ଉଦ୍ଧାର କରିଛନ୍ତି । ପାହାଚ ନିର୍ମାଣରେ ତୃଟି ଏବଂ ରକ୍ଷଣାବେକ୍ଷଣ ଅଭାବରୁ ଏପରି ଘଟିଥିବା କୁହାଯାଉଛି। ତେବେ ଏଥିରେ ତାଙ୍କର କିଛି କ୍ଷତି ହୋଇନଥିବା ଜଣାପଡିଛି।

- Advertisement -

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ, ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ ପ୍ରମୁଖ ଏହି ବୈଠକରେ ଯୋଗଦେଇଥିଲେ।  କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର, ଗଜେନ୍ଦ୍ର ସିଂହ ଶେଖାୱତ, ଡକ୍ଟର ହର୍ଷ ବର୍ଦ୍ଧନ, ଆର୍‍.କେ. ସିଂହ, ପ୍ରହଲାଦ ପଟେଲ, ହରିଦୀପ ସିଂହ ପୁରୀ ତଥା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭାଗୀୟ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ। ବୈଠକ କାଳରେ ପ୍ରଧାନମନ୍ତ୍ରୀ ସ୍ୱଚ୍ଛତା କାର୍ଯ୍ୟର ଅଗ୍ରଗତି ଉପରେ ସମୀକ୍ଷା କରିବା ସହ ଗଙ୍ଗାନଦୀକୁ ପରିଚ୍ଛନ୍ନ ରଖିବା ପାଇଁ ବିଭିନ୍ନ ପରାମର୍ଶ ଦେଇଥିଲେ।

ବୈଠକ ପରେ ଶ୍ରୀ ମୋଦୀ ଗଙ୍ଗାନଦୀରେ ନୌକାବିହାର କରି ‘ନମାମୀ ଗଙ୍ଗେ’ କାର୍ଯ୍ୟକ୍ରମ ଦ୍ୱାରା କ’ଣ ସବୁ ପରିବର୍ତ୍ତନ ଘଟିଛି ତାହାର ତଦାରଖ କରିଛନ୍ତି ।

 

 

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories