www.samajalive.in
Thursday, December 11, 2025
26.1 C
Bhubaneswar

ଗୋରୁଗାଡି ଆକ୍ରମଣ ଘଟଣା ; ଗୋସେବା କେନ୍ଦ୍ରର କର୍ମକର୍ତାଙ୍କ ଢେଲା ମାଡରେ ଜଣଙ୍କ ମୃତ୍ୟୁ ଅଭିଯୋଗ

ବାଲେଶ୍ୱର : ସେରଗଡ଼ ଛକ ନିକଟରେ ଗୋରୁଗାଡି ଆକ୍ରମଣ ଘଟଣାରେ ନୁଆ ମୋଡ ଗୋସେବା କେଂଦ୍ରର କର୍ମକର୍ତାଙ୍କ ଢେଲା ମାଡରେ ଭଦ୍ରକ ଜିଲା କଣ୍ଟାବଣିଆ ଅଞ୍ଚଳର ସେକ ଶାହାରୁଖ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି। ଗୋରୁଗାଡି ଅଟକାଇବାକୁ ପ୍ରଥମେ ଗୋଟିଏ ଗୋଷ୍ଠୀର ଢେଲା ମାରିଥିବା ବେଳେ ଗୋଟିଏ ଢେଲା ଶାହାରୁଖର କାନମୁଣ୍ତାରେ ବାଜିଥିଲା । ସେ ବେହୋସ ହୋଇଯିବା ପରେ ତାକୁ ପ୍ରଥମେ ସୋର ଡାକ୍ତରଖାନାରେ ଦେଖାଇଥିଲେ । ଡାକ୍ତର ତାଙ୍କୁ କଟକ ରେଫର କରିଥିଲା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ଭଦ୍ରକ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସୂଚନା ଯୋଗ୍ୟ, ବାଲେଶ୍ବର ଜିଲା ଅଧୀନ ଖନ୍ତାପଡା ଥାନା ସେରଗଡ଼ ଛକ ନିକଟରେ ୩ଟି କଣ୍ଟେନରରେ ଗୋରୁ ଭର୍ତି ହୋଇଥିବା ଖବରପାଇ ଗୋ ସେବା କେନ୍ଦ୍ରର ୨୦ରୁ ଉର୍ଦ୍ଧ୍ବ କର୍ମୀ ପହଞ୍ଚି ଅଟକାଇ ଥିଲେ। ଏହି ଘଟଣା ପରେ କଣ୍ଟେନରର ଚାଳକ ଫୋନ ଯୋଗେ ନିଜ ସହଯୋଗୀଙ୍କୁ ଡାକିବା ପରେ ଗୋସେବା କେଂଦ୍ରର ସଦସ୍ୟଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ ।

Hot this week

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

Related Articles

Popular Categories