www.samajalive.in
Saturday, December 6, 2025
19.1 C
Bhubaneswar

ଗଞ୍ଜାମ ବ୍ଲକର ବିଭିନ୍ନ ଉନ୍ନୟନ କାର୍ଯ୍ୟ ପରିଦର୍ଶନ କଲେ ପ୍ରଶାସନିକ ପ୍ରତିନିଧି ଦଳ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ବିକାଶ ମଡେଲ କୁ ଗୁରୁବାର ଦିନ ପୁଣି ଏକ ୧୯ଜଣିଆ ଢେଙ୍କାନାଳ ଜିଲ୍ଲା ପ୍ରଶାସନି ଟିମ ପରିଦର୍ଶନ କରିଛନ୍ତି । ସେହି ଟିମରେ ଢେଙ୍କାନାଳ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ନେତୃତ୍ୱରେ ୧୯ଜଣିଆ ପ୍ରଶାସନିକ ଅଧିକାରୀ ମାନେ ଗଞ୍ଜାମ ବ୍ଲକର ବିଭିନ୍ନ ଉନୟନ ପ୍ରକଳ୍ପ ଦେଖିଥିଲେ । ଏହି ପରିଦର୍ଶନ ବେଳେ ଗଞ୍ଜାମ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ୱଜିତ ରାୟ ଉପସ୍ଥିତ ରହିଥିଲେ । ପ୍ରଥମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ କଣ୍ଟିଆଗଡ଼ ଗ୍ରାମ ନିକଟସ୍ଥ ପ୍ରସିଦ୍ଧ ଶୈବପୀଠ ବଟେଶ୍ୱର ମନ୍ଦିର ନିକଟରେ ଉକ୍ତ ଟିମକୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ  । ଏହାପରେ ମନ୍ଦିର ନିକଟରେ ହୋଇଥିବା କଲ୍ୟାଣମଣ୍ଡପ, ରୁରାଲ ପାର୍କ, ଆଦର୍ଶ ପୁଷ୍କରିଣୀ ପରିଦର୍ଶନ କରିବାପରେ ହୁମ୍ମାର ପଞ୍ଚାୟତ କାର୍ୟ୍ୟାଲୟ ସମେତ ଅନ୍ୟନ ପ୍ରକଳ୍ପ ଦେଖିଥିଲେ ।
ଏହି ଟିମ ରେ ୭ ଜଣ ବିଡ଼ିଓ,ପାଞ୍ଚ ଜଣ ଆସିଷ୍ଟାଣ୍ଡ ଇଞ୍ଜିନିୟର ଓ ଜେଇ ପ୍ରମୁଖ ପରିଦର୍ଶନ କରିଥିଲେ।  ଏହି ପରିଦର୍ଶନ ବେଳେ ବଟେଶ୍ୱର ପୀଠରେ ପାଳିବନ୍ଧ ପଂଚାୟତ ସରପଞ୍ଚ ଦିଲିପ ଛୋଟରାୟ, ବଟେଶ୍ୱର ମନ୍ଦିର ପରିଚାଳନା କମିଟି ଉପସଭାପତି ଶବର ତରାଇ, ସମ୍ପାଦକ ରଂଜିତ ପଲାଇ, ସଞ୍ଜୟ ତରାଇ, ତ୍ରୀଲୋଚନ ପ୍ରଧାନ,କୋଷାଧକ୍ଷ ନିରାକାର ଜେନା , କିଶୋର ପ୍ରଧାନ ସତୀଶ ସ୍ୱାଇଁ, ପଦ୍ମଚରଣ ପଲାଇ, ଅଜୁ ପ୍ରଧାନ ଗ୍ରାମରକମିଟିର ସଦସ୍ୟମାନେ ଯୋଗଦେଇଥିଲେ । ପରିଦର୍ଶନରେ ଆସିଥିବା ଟିମ ସ୍ଥାନୀୟ ଲୋକପ୍ରତିନିଧି ସହ ଉନୟନ କାର୍ୟ୍ୟ ଉପରେ ଆଲୋଚନା କରିଥିଲେ। । ପାଳିବନ୍ଦ ପି. ଇ. ଓ ଦିଲୀପ ନାୟକ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories