www.samajalive.in
Monday, December 8, 2025
24.1 C
Bhubaneswar

ବଡ଼ମ୍ବାରେ ମେଗା ମହିଳା ସମନ୍ୱୟ ମେଳା

ବଡ଼ମ୍ବା  : ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ସହାୟତା ସହିତ ବ୍ୟାଙ୍କ ଜରିଆରେ ଆର୍ଥିକ ପ୍ରୋତ୍ସାହନ ଯୋଗାଇଦେବା ଲକ୍ଷରେ ବଡ଼ମ୍ବା ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ମେଗା ମହିଳା ସମନ୍ୱୟ ମେଳା ଅନୁଷ୍ଠିତ ହୋଇଯାଇଛି। ମିଶନ ଶକ୍ତି ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ର ଏହି ଅବସରରେ ବ୍ଲକ କାର୍ଯ୍ୟାଳୟ ପରିସରରେ ମହିଳା ଗୋଷ୍ଠିଙ୍କ ନିର୍ମିତ ଏକ ବିପ୍ପଣନ କେନ୍ଦ୍ର ଏବଂ ଏକ ଭୋଜନାଳୟ (ଉତ୍କଳ କ୍ୟାଣ୍ଟିନ)ର ଲୋକାର୍ପଣ କରିଥିଲେ। ବ୍ଲକ ଅଧ୍ୟକ୍ଷା ଅନସୂୟା ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସିଡିପିଓ ପ୍ରମିଳା ଦେଈ ଏବଂ ମିଶନଶକ୍ତିର ପରିଚାଳିକା ମୋନାଲିସା ତ୍ରିପାଠୀ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ବିଡିଓ ଉତ୍କଳରଞ୍ଜନ ଆଚାର୍ଯ୍ୟ ଏବଂ ସ୍ଥାନୀୟ ୟୁକୋ ବ୍ୟାଙ୍କ ଶାଖା ପରିଚାଳକ ଉମାକାନ୍ତ ଜେନାଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଏହି ଅବସରରେ ବ୍ଲକ ଅନ୍ତର୍ଗତ ୩୮ଟି ମହିଳା ଗୋଷ୍ଠିକୁ ବ୍ୟାଙ୍କ ଲିଙ୍କେଜ ସହିତ ୨୭ଟି ଗୋଷ୍ଠି ଏବଂ ୧୫ଜଣଙ୍କୁ ବ୍ୟକ୍ତିଗତ ଭାବେ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ନିମିତ ମୂଳପୁଞ୍ଜି ସହାୟତା ଆକାରରେ ମୁଖ୍ୟଅତିଥି ବିଧାୟକ ଶ୍ରୀ ମିଶ୍ର ପ୍ରଦାନ କରିଥିଲେ। ସେହିଭଳି ଅନ୍ୟ ୮୮ଟି ମହିଳା ଗୋଷ୍ଠିଙ୍କୁ ରାଜ୍ୟ ସରକାରଙ୍କ ସହାୟତା ପ୍ରଦାନ କରାଯାଇଥିବା ପ୍ରକାଶ। ବିଧାୟକ ଶ୍ରୀ ମିଶ୍ର ଏହି ଅବସରରେ ନବନିର୍ମିତ ଭୋଜନାଳୟ(କ୍ୟାଣ୍ଟିନ) ପରିଦର୍ଶନ କରିଥିଲେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories