www.samajalive.in
Monday, December 8, 2025
20.1 C
Bhubaneswar

ସ୍ୱସ୍ତିକ, ଓଁ, ଶୁଭ-ଲାଭ ଚିହ୍ନର ମହତ୍ତ୍ୱ

ପ୍ରତ୍ୟେକ ଧର୍ମରେ କିଛି ଚିହ୍ନକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଥାଏ। ସେହି ଚିହ୍ନର ପ୍ରୟୋଗ ପୂଜାରେ ବହୁଳ ଭାବେ ବ୍ୟବହାର କରାଯାଇଥାଏ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ସମୟରେ ସେହି ଚିହ୍ନର ବ୍ୟବହାର କରିବା ଦ୍ୱାରା ସଫଳତା ମିଳିଥାଏ। ହିନ୍ଦୁ ଧର୍ମରେ ସ୍ୱସ୍ତିକ, କଳସ, ଓଁ ଓ ଶୁଭ-ଲାଭ ଇତ୍ୟାଦି ଚିହ୍ନର ବ୍ୟବହାର କରାଯାଏ। ଏହାର ବ୍ୟବହାର ଦ୍ୱାରା ଅନେକ ଶୁଭ ଫଳ ମିଳିଥାଏ।
ଆସନ୍ତୁ ଜାଣିବା ଏପରି ଚିହ୍ନ ଦ୍ୱାରା କ’ଣ ଶୁଭ ଫଳ ମିଳିଥାଏ ..
ସ୍ୱସ୍ତିକ ଚିହ୍ନ:
ସ୍ୱସ୍ତିକ ଚିହ୍ନର ସମ୍ବନ୍ଧ ବାସ୍ତୁ ସହ ରହିଛି। ସ୍ୱସ୍ତିକ ଚିହ୍ନ କରିବା ବେଳେ ତାକୁ ଖୁବ ସତର୍କତାର ସହ ଠିକ ଭାବେ କରିବା ଉଚିତ। ସ୍ୱସ୍ତିକ ଚିହ୍ନର ସମସ୍ତ ଦିଗ ଠିକ ଭାବେ ଅଙ୍କା ହୋଇଥିବା ଉଚିତ। ଏହାଦ୍ୱାରା ଘରେ ଥିବା ସମସ୍ତ ବାସ୍ତୁଦୋଷ ଦୂର ହୋଇଥାଏ। ସ୍ୱସ୍ତିକ ଚିହ୍ନରେ ଭଗବାନ ବିଷ୍ଣୁ ଓ ନାରଦ ମୁନିଙ୍କର ଶକ୍ତି ରହିଛି। ହଳଦିଆ ରଙ୍ଗ ଓ ନାଲି ରଙ୍ଗରେ ସ୍ୱସ୍ତିକ ଚିହ୍ନ କରିବା ଅତ୍ୟନ୍ତ ଶୁଭ ଅଟେ।
ଓଁ:
ଓଁ କୁ ଈଶ୍ୱରଙ୍କ ସବୁଠାରୁ ବଡ ନାମ ବୋଲି କୁହାଯାଇଛି। ‘ଓଁ’ର ଉତ୍ପତ୍ତି ‘ଅ’, ‘ଉ’ ଏବଂ ‘ମ’ର ସମିଶ୍ରଣରେ ହୋଇଥାଏ। ସମସ୍ତ ବେଦରେ ମନ୍ତ୍ର ଉଚ୍ଚାରଣ ସମୟରେ ଓଁ ଉଚ୍ଚାରଣ ଅତ୍ୟାବଶ୍ୟକ ଅଟେ। ଏଥିରେ ସମସ୍ତ ଶକ୍ତି ରହିଛି।
ଶୁଭ-ଲାଭ:
ଶାସ୍ତ୍ରରେ ଶୁଭ-ଲାଭଙ୍କୁ ଗଣେଶଙ୍କ ପୁତ୍ର ବୋଲି କୁହାଯାଇଛି। ସେମାନଙ୍କ ମଧ୍ୟରେ କୁବେରଙ୍କ ଶକ୍ତି ରହିଛି। ସମସ୍ତ ଯଜ୍ଞର ଉତ୍ପତ୍ତି ଶୁଭ-ଲାଭ ଦ୍ୱାରା ହୋଇଛି। ଶୁଭ-ଲାଭରେ ସିଦ୍ଧି, ବିଦ୍ୟା, ସମୃଦ୍ଧି ଓ ସମ୍ପତ୍ତିର ବାସ ହୋଇଛି।
କଳସ:
କଳସରେ ଅମୃତ ଓ ବରୁଣ ଦେବତାଙ୍କ ବାସ ରହିଛି। ଘରର ମୁଖ୍ୟଦ୍ୱାରରେ କଳସ ଓ ଶ୍ରୀଫଳ ସ୍ଥାପନ କରିବା ଉଚିତ। ଏପରି କରିବା ଦ୍ୱାରା ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିଥାଏ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories