www.samajalive.in
Sunday, December 7, 2025
18.1 C
Bhubaneswar

ଦେଖନ୍ତୁ ଭିଡ଼ିଓ: ଏୟାରପୋର୍ଟରେ ହଠାତ ତଳେ ପଡିଗଲେ ବୃଦ୍ଧ, ଏମିତି ଜୀବନ ବଞ୍ଚାଇଲେ ଯୁବତୀ

ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀ ବିମାନବନ୍ଦରରୁ ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଖୁବ ଭାଇରାଲ ହେଉଛି । ଇନ୍ଦୀରାଗାନ୍ଧୀ ବିମାନବନ୍ଦରର ଟର୍ମିନାଲ-୨ରେ ହଠାତ ଜଣେ ବୃଦ୍ଧ ଅଚେତ ହୋଇପଡିଥିଲେ । ଏହି ସମୟରେ କିଛି ଲୋକ ବୃଦ୍ଧଙ୍କ ଏଭଳି ଅବସ୍ଥା ଦେଖି ପଳାଉଥିବା ବେଳେ ଜଣେ ଯୁବତୀ କିନ୍ତୁ ଉପସ୍ଥିତି ବୃଦ୍ଧି ଲଗାଇ ବୃଦ୍ଧଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି । ଏହି ସମୟର ଭିଡ଼ିଓ ସୋସିଆଲ ମିନଇଆରେ ଖୁବ ଭାଇରାଲ ହେଉଛି । ଏହି ଭିଡ଼ିଓଟି ଜୁଲାଇ ୧୪ ତାରିଖର ବୋଲି ଜଣାପଡିଛି ।
ଏଠାରେ କହି ରଖୁଛୁ ଯେ ଆଇଜି ବିମାନବନ୍ଦରରେ ଇଣ୍ଡିଗୋ ବିମାନରେ ବୃଦ୍ଧ ଜଣଙ୍କ ଭୁବନେଶ୍ୱର ଆସିବାକୁ ଯାଉଥିଲେ । ହେଲେ ବିମାନ ଉଡାଣ ପୂର୍ବରୁ ସେ କିଛି ଖାଦ୍ୟ ଖାଇବାକୁ ଫୁଡ କୋଟକୁ ଯାଇଥିଲେ । ସେଠାରେ ବୃଦ୍ଧ ଜଣଙ୍କ ହଠାତ ବେହୋସ୍‍ (ଅଚେତ) ହୋଇ ତଳେ ପଡିଯାଇଥିଲେ । ଉପସ୍ଥିତ ଥିବା ବୃଦ୍ଧଙ୍କ ପରିବାର ଲୋକେ ଏବଂ ଅନ୍ୟ ସାଧାରଣ ଲୋକମାନେ କଣ କରିବେ କିଛି ଭାବି ପାରୁନଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଜଣେ ଯୁବତୀ ଜାଣିପାରିଥିଲେ ଯେ ବୃଦ୍ଧଙ୍କୁ ହୃଦଘାତ ଆସିଛି, ଯୁବତୀ ଜଣଙ୍କ ପେଶାରେ ଡାକ୍ତର ହୋଇଥିବାରୁ ଏହି ଘଟଣାକୁ ବୁଛି ଯାଇଥିଲେ । ଯୁବତୀ ଜଣଙ୍କ ବୃଦ୍ଧଙ୍କ ଛାତିରେ ସିପିଆର ଦେବାକୁ ଆରମ୍ଭ କରିଥିଲେ । କିଛି ସମୟରେ ହିଁ ବୃଦ୍ଧଙ୍କ ଚେତା ଫେରିଥିଲା ଏବଂ ବୃଦ୍ଧଙ୍କ ଅନ୍ୟ ପରିବାର ସଦସ୍ୟ ଆଶ୍ୱସ୍ତ ଅନୁଭବ କରିଥିଲେ ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories