www.samajalive.in
Monday, December 8, 2025
13.1 C
Bhubaneswar

ଦୁର୍ଘଟଣାଗ୍ରସ୍ତ ବୃଦ୍ଧଙ୍କ ଚିକିତ୍ସା ପାଇଁ ସହାୟତା ଦାବୀ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପଶି ପଞ୍ଚାୟତ ଖୁଣ୍ଟାପଡା ଗ୍ରାମର ପୁରେନ୍ଦ୍ର ମହାନ୍ତ(୫୫) ଏବେ ଅସହାୟ ଜୀବନ ବିତାଉଛନ୍ତି। ପ୍ରାୟ ୪ ବର୍ଷ ତଳେ ଖୁଣ୍ଟାପଡା ଛକ ନିକଟ ଘରକୁ ରାସ୍ତା ଅପରପାର୍ଶ୍ବ ନଳକୂପରୁ ପାଣି ଆଣୁଥିବା ସମୟରେ ତାଙ୍କୁ ଏକ ବାଇକ୍ ଧକ୍କା ଦେଇଥିଲା । ଫଳରେ ତାଙ୍କର ଗୋଡ଼ ଭାଙ୍ଗି ଯାଇଥିଲା । ଦୁର୍ଘଟଣା ଘଟାଇଥିବା ବ୍ୟକ୍ତି ଜଣକ ତାଙ୍କର ଚିକିତ୍ସା କରାଇଥିଲେ ମଧ୍ୟ ସେ ସମ୍ପୂର୍ଣ ସୁସ୍ଥ ହୋଇ ନ ଥିଲେ । ଏବେ ତାଙ୍କ ଗୋଡ଼ ପଚି ଯାଇ ପୁଜ ବାହାରୁଥିବା ବେଳେ ସେ ନିଜେ ଚିକିତ୍ସା ପାଇଁ ଯାଇ ପାରୁ ନାହାନ୍ତି କି ଚିକିତ୍ସା ପାଇଁ ତାଙ୍କ ପାଖରେ ଅର୍ଥ ମଧ୍ୟ ନାହିଁ । ପୁରେନ୍ଦ୍ର ମହାନ୍ତଙ୍କୁ ତାଙ୍କ ପତ୍ନୀ ଛାଡ଼ି ଚାଲି ଯାଇଥିବା ବେଳେ ଏବେ ସେ ଖୁଣ୍ଟାପଡା ଛକରେ ଭଙ୍ଗା ଓ ପୁଜ ହୋଇଯାଇଥିବା ଗୋଡ଼କୁ ବୋହି ବୋହି ଯନ୍ତ୍ରଣା ଭିତରେ ଜୀବନ ବିତାଉଛନ୍ତି । ତାଙ୍କୁ ଚିକିତ୍ସା ଯୋଗାଇ ଦେବାକୁ ସେ ଅନ୍ୟମାନଙ୍କୁ ଅନୁରୋଧ କରୁଥିବା ଦେଖାଯାଉଛି । ଅସହାୟ ପୁରେନ୍ଦ୍ରଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଚିକିତ୍ସା ସେବା ଯୋଗାଇ ଦେବା ସହ ଆର୍ଥିକ ସହାୟତା ପ୍ରଦାନ କରାଯିବାକୁ ସାଧାରଣରେ ଦାବୀ ହୋଇଛି ।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories