www.samajalive.in
Monday, December 8, 2025
14.1 C
Bhubaneswar

ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଟ୍ରାଫିକ ବିପର୍ଯ୍ୟସ୍ତ

ଗୁରୁଡିଝାଟିଆ : ମହାନଦୀରେ ମଧୁସେତୁ ହେବାପରେ ପୁରୁଣା କଟକ-ସମ୍ବଲପୁର ରାସ୍ତା ଅଧିକମାତ୍ରାରେ ଚଳଚଞ୍ଚଳ ହୋଇଉଠିଛି। ଏହି ରାସ୍ତା ଦେଇ ଶହଶହ ସଂଖ୍ୟାରେ ଯାନବାହନ ଚଳପ୍ରଚଳ କରୁଛି । ବିଶେଷତଃ ପଶ୍ଚିମ ଓଡିଶାର ଜନସାଧାରଣଙ୍କୁ ଯାନବାହନ ଚଳାଚଳ ନିମନ୍ତେ ରାଜଧାନୀ ଭୂବନେଶ୍ୱର ଓ କଟକ ସ୍ୱଳ୍ପଦୂରତା ଓ ବିପଦଶୂନ୍ୟ ହୋଇଥିବାରୁ ଏହି ରାସ୍ତାର ଗୁରୁତ୍ୱ ବଢିଯାଇଛି। ମଧୁସେତୁରୁ ଆରମ୍ଭ କରି ଚମ୍ପାପୁର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ଗାଁ ଥିବାରୁ ଯାନବାହନ ଚଳାଚଳ ସମୟରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଅଧିକାଂଶ ସମୟରେ ଦୁର୍ଘଟଣାମାନ ଘଟୁଛି। ବହୁ ବାଇକ ଆରୋହୀ ଓ ପଥଚାରୀ ମୃତ୍ୟୁବରଣ କରୁଛନ୍ତି। ରାସ୍ତା ପ୍ରଶସ୍ତ ନଥିବା ବେଳେ ଶହଶହ ସଂଖ୍ୟାରେ ଗାଡିଚାଳନା ଯୋଗୁଁ ସ୍ଥିତି ବିଗିଡି ଯାଉଛି। ରାସ୍ତା ଅତିକ୍ରମ କରିବା ପାଇଁ ୧୫ ରୁ ୨୦ ମିନିଟ ଅପେକ୍ଷା କରିବାକୁ ପଡୁଛି। ସ୍କୁଲ ଓ କଲେଜ ପଢୁଆ ବିଦ୍ୟାର୍ଥୀମାନେ ବିଶେଷତଃ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଦ୍ରୁତ ଗାଡିଚାଳନା କରୁଥିବା ବ୍ୟକ୍ତି ବିଶେଷଙ୍କୁ ଅଙ୍କୁଶ ଲଗାଯାଉପାରୁନାହିଁ। ସେଥିପାଇଁ ମୋଟରଯାନ ଅଧିକାରୀଙ୍କ ଆକଟ ବା କଟକଣା ଏହି ରାସ୍ତା ଉପରେ ସେତେ ଅଧିକ ନାହିଁ। ଯାହାଫଳରେ ଅନେକ ପରିମାଣରେ ଦୁର୍ଘଟଣା ଘଟିଚାଲିଛି। ଏପରିକି ରାସ୍ତା ଓ କୋଠାବାଡି ବିଭାଗ ପକ୍ଷରୁ ବିଦ୍ୟାଳୟ, ବଜାର ଓ ବିଭିନ୍ନ ଛକମାନଙ୍କରେ ସତର୍କ ସୂଚନା ଫଳକ ମଧ୍ୟ ପ୍ରଦାନ କରାଯାଇନାହିଁ। ଏହା ବିଭାଗର ଦାୟିତ୍ୱହୀନତାକୁ ସୁଚାଉଛି। ଏପରିକି କୌଣସି ସ୍ଥାନରେ ପୁଲିସ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ପିଡି ବ୍ରେକର ବ୍ୟବସ୍ଥା ମଧ୍ୟ କରିନାହାନ୍ତି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଟ୍ରାଫିକ ବ୍ୟବସ୍ଥାର ସୁଧାର ପାଇଁ ପଦକ୍ଷେପ ନେବା ନିମନ୍ତେ ସାଧାରଣରେ ଦାବି ହୋଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories