ଓଜେଏସ ପରୀକ୍ଷାଫଳ ପ୍ରକାଶ, ୫୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ

ଭୁବନେଶ୍ବର: ଓଡ଼ିଶା ଲୋକ ସେବା ଆୟୋଗ(ଓପିଏସସି) ଦ୍ବାରା ପରିଚାଳିତ ଓଡ଼ିଶା ଜୁଡ଼ିସିଆଲ ସର୍ଭିସ(ଓଜେଏସ) ୨୦୨୧ ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥିରେ ୫୦ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବାବେଳେ ସେଥିମଧ୍ୟରୁ ୨୮ଜଣ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ବୋଲି ଓପିଏସସି ପକ୍ଷରୁ ସୂଚନା ଦିଆଯାଇଛି। ଓଜେଏସ ପରୀକ୍ଷାରେ ସାରା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ଆଦ୍ୟାଶା ମିଶ୍ର ଟପ୍ପର ହୋଇଛନ୍ତି। ସେହିପରି ଚେତନା ପଟ୍ଟନାୟକ ଦ୍ବିତୀୟ ଏବଂ ଏ.ଗୀତାଞ୍ଜଳୀ ନାଇଡୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ପୁଅଙ୍କୁ ପଛରେ ପକାଇ ଟପ-୩ରେ ରହିଲେ ଝିଅ। ଓଜେଏସ ପରୀକ୍ଷାଫଳର ସମ୍ପୂର୍ଣ୍ଣ ବିବରଣୀ ଓପିଏସସି ୱେବସାଇଟ www.opsc.gov.inରେ ଉପଲବ୍ଧ ହେଉଛି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

kalyan agarbati

Comments are closed.