ଶସ୍ତା ହେବ କି ପେଟ୍ରୋଲ-ଡିଜେଲ ? ଏମିତି କହିଲେ ସଚିବ..

ନୂଆଦିଲ୍ଲୀ : ଅଶୋଧିତ ତୈଳ ଦାମ୍ କମିବା ପରେ ଭାରତୀୟ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିପାରେ । ପେଟ୍ରୋଲିୟମ ଓ ପ୍ରାକୃତିକ ମନ୍ତ୍ରାଳୟ ସଚିବ ପଙ୍କଜ ଜୈନଙ୍କ କହିବାନୁସାରେ ଯଦି ଅଶୋଧିତ ତୈଳ ଦାମ୍ ଅନେକ ସମୟ ଧରି କମ୍ ରୁହେ ତେବେ ତେଲ କମ୍ପାନୀମାନେ ପେଟ୍ରୋଲ –ଡିଜେଲ ଦାମ୍ କମାଇବା ପାଇଁ ଚିନ୍ତା କରିପାରନ୍ତି ।

prayash

ତେଲ ଦାମ୍ ଗତ କିଛି ଦିନରେ କମ୍ ହୋଇ ୩ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଆସିଛି । ଏଥିରେ ଅଏଲ କମ୍ପାନୀମାନଙ୍କ ଲାଭ ବଢିଛି । ଦାମରେ ହ୍ରାସ ଯୋଗୁଁ ଖୁଚୁରା ବିକ୍ରେତା ଓ ସରକାରୀ ତେଲ କମ୍ପାନୀଙ୍କ ମାର୍ଜିନ୍ ବଢିଯାଇଛି । ସରକାରୀ କମ୍ପାନୀଙ୍କ ବଜାରରେ ପ୍ରାୟ ୯୦ ପ୍ରତିଶତ ଭାଗିଦାରୀ ରହିଛି । କହିରଖୁଛୁ ଗୁରୁବାର ଅଶୋଧିତ ତୈଳର ଦାମ୍ ୫୧ ଟଙ୍କା ବୃଦ୍ଧି ପରେ ୫,୭୦୯ ପ୍ରତି ବ୍ୟାରେଲ୍ ହୋଇଯାଇଛି ।

Comments are closed.