www.samajalive.in
Friday, December 12, 2025
17.1 C
Bhubaneswar

କରୋନା ପ୍ରଭାବ : ରାଜ୍ୟ ହରାଇଲାଣି ୯୦୦ କୋଟିର ରାଜସ୍ବ

-ଭାଟ୍ ବାବଦକୁ ୧୩୦କୋଟି
-ଜିଏସଟିରେ ୨୭୦କୋଟି
-ଅବକାରୀରେ ହରାଇବ ୩୫୦କୋଟି
-ସୀମା ଶୁଳ୍କ ବଢ଼ିଛି

ଭୁବନେଶ୍ୱର  : କରୋନା ମହାମାରୀ ପାଇଁ ସାରା ବିଶ୍ବ ଆର୍ଥିକ ମାନ୍ଦାବସ୍ଥା ଭିତରକୁ ଠେଲି ହୋଇଯାଇଥିବାବେଳେ ସେଥିରୁ ଓଡ଼ିଶା ବାଦ୍ ପଡ଼ିନାହିଁ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ମୁକାବିଲା ଲାଗି ଲକ୍‌ଡାଉନ ଘୋଷଣା ହେବା ଦ୍ବାରା ଓଡ଼ିଶାକୁ ପ୍ରଭୂତ ଆର୍ଥିକ କ୍ଷତି ସହିବାକୁ ପଡିଛି। ୨୦୧୯ ଏପ୍ରିଲରେ ରାଜ୍ୟ ସରକାର ୩୦୩୪କୋଟି ଟଙ୍କାର ରାଜସ୍ବ ବିଭିନ୍ନ କ୍ଷେତ୍ରରୁ ଆଦାୟ କରିଥିବାବେଳେ ଚଳିତବର୍ଷର ପ୍ରଥମ ପାକ୍ଷିକରେ ମାତ୍ର ୩୩୭କୋଟି ଟଙ୍କା ଆଦାୟ କରିଛନ୍ତି। ଯାହାକି ଏବେସୁଦ୍ଧା ୯୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ତେବେ ଚଳିତମାସରେ ରାଜ୍ୟ ସରକାର ୧୨୭୦.୩୫କୋଟି ଟଙ୍କାର ରାଜସ୍ବ ଆଦାୟ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ମାତ୍ର ୩୭୭.୦୯କୋଟି ଟଙ୍କା ଆଦାୟ ହେବା ରାଜକୋଷକୁ ଏକ ପ୍ରକାର ଝଟକା ଦେଇଛି। ଯଦି ପରିସ୍ଥିତି ଏଭଳି ଲାଗି ରହେ ତେବେ ମାସକ ମଧ୍ୟରେ ପ୍ରାୟ ୨୫୦୦କୋଟି ଟଙ୍କା ହରାଇବ। ଫଳରେ ଆର୍ଥିକ ଅବସ୍ଥା ଜଟିଳ ଆଡକୁ ଗତି କରିବ। ଏମିତିକି ୨୦୦୦ ମସିହାର ପୂର୍ବବର୍ତ୍ତୀ ପରିସ୍ଥିତି ଉପୁଜିପାରେ ବୋଲି ଅର୍ଥବିଭାଗର ଜନୈକ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ ସରକାର ବୃତ୍ତିଗତ ଟିକସରୁ ୨୦୧୯ ଏପ୍ରିଲ​‌ ମାସ ସୁଦ୍ଧା ୧୫.୭୯ କୋଟି ଟଙ୍କା ପାଇଥିଲେ। ଏବର୍ଷ କରୋନାକୁ ଦୃଷ୍ଟିରେ ରଖି ୯.୩୭କୋଟି ଟଙ୍କା ଆଦାୟ କରିବାକୁ ଲକ୍ଷ୍ୟ ରଖିଥିଲେ। ହେଲେ ମାତ୍ର ମିଳିଲା ୨.୧୧ କୋଟି। ତେବେ ସବୁଠାରୁ ବଡ଼ କ୍ଷତି ଭାଟରେ ଲାଗିଛି। ଗତବର୍ଷ ଏହି ସମୟରେ ୧୮୪.୩୬କୋଟି ଟଙ୍କା ପାଇଥିବାବେଳେ ଏବର୍ଷ ୧୩୩କୋଟି ପାଇବାକୁ ଲକ୍ଷ୍ୟ ରଖି ମାତ୍ର ୩.୨୦କୋଟି ଟଙ୍କା ପାଇଛି। ଯାହାକି ୧.୮ପ୍ରତିଶତରୁ କମ୍। ସେହିପରି ରାଜ୍ୟ ଜିଏସଟି ବାବଦକୁ ୭୦୮.୭୦କୋଟିରୁ ୩୬୬.୮୧କୋଟି ଟଙ୍କା ପାଇବାକୁ ଅର୍ଥବିଭାଗ ଆଶା କରିଥିବାବେଳେ ଏବେ ସୁଦ୍ଧା ମାତ୍ର ୯୦.୪୭କୋଟି ଟଙ୍କା ପାଇଛି। ଜମିରୁ ରାଜସ୍ବ ଶୂନ୍ୟ ହୋଇଥିବାବେଳେ ଷ୍ଟାମ୍ପ ଡ୍ୟୁଟି ଓ ଜଳସେସ୍ ପ୍ରଭୃତି କ୍ଷେତ୍ରରୁ ଗୋଟିଏ ଟଙ୍କା ବି ପାଇନାହିଁ। ଖଣି ଓ ଧାତବଶିଳ୍ପରୁ ମାତ୍ର ୧୫ପ୍ରତିଶତ ଅର୍ଥ ମିଳିଛି। ଏହି ମାସରେ ସରକାରଙ୍କୁ ସବୁଠାରୁ ଅଧିକ ଅର୍ଥ ତଥା ୯୮୬.୫୧କୋଟି ଟଙ୍କା କେବଳ ଏହି ଉତ୍ସରୁ ମିଳିବା କଥା। ହେଲେ ୧୫ତାରିଖ ସୁଦ୍ଧା ୧୫୦.୧୧କୋଟି ଟଙ୍କା ମିଳିଛି। ତେବେସବୁଠାରୁ ବଡ଼କଥା ହେଲା ସୀମାଶୁଳ୍କ କ୍ଷେତ୍ରରେ ଟିକିଏ ରାଜସ୍ବ ବଢ଼ିଛି। ଗତବର୍ଷ ଏହି ସମୟ ମଧ୍ୟରେ ସରକାର ୧.୫୨କୋଟି ଟଙ୍କାର ରାଜସ୍ବ ସୀମାଶୁଳ୍କରୁ ପାଇଥିଲେ। ଚଳିତବର୍ଷର ପ୍ରଥମ ପାକ୍ଷିକରେ ସରକାରଙ୍କୁ ୧.୯୬କୋଟି ଟଙ୍କା ମିଳିଛି। ଗତବର୍ଷଠାରୁ ଅଧିକ ରାଜସ୍ବ ଏବାବଦରେ ମିଳିଥିଲେ ହେଁ ଲକ୍ଷ୍ୟଠାରୁ ବହୁ ପଛରେ ରହିଛି। ଏବର୍ଷ କେବଳ ସୀମା ଶୁଳ୍କ ବାବଦକୁ ସରକାର ୧୧.୦୨କୋଟି ଟଙ୍କା ପାଇବାକୁ ଆଶା ବାନ୍ଧିଥିଲେ, ହେଲେ ୧.୬ପ୍ରତିଶତ ରାଜସ୍ବ ମିଳିଛି।
ଲକ ଡାଉନ ଯୋଗୁଁ ଅର୍ଥ ବିଭାଗର ହସ୍ତକ୍ଷେପ ଅଭାବରୁ ରାଜ୍ୟ ସରକାରଙ୍କୁ ଏହି କ୍ଷତିର ସମ୍ମୁଖୀନ ହେବାକୁ ପଡୁଛି ବୋଲି ସରକାରଙ୍କ ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି। ଯଦି ଅନଲାଇନ ଜରିଆରେ ଖଣିଶିଳ୍ପ ଭଳି କେତେକ କ୍ଷେତ୍ରରେ ଅର୍ଥ ବିଭାଗ ସମନ୍ବୟ ରକ୍ଷା କରିଥାନ୍ତା ତେବେ ଏତେ ପରିମାଣର ରାଜସ୍ବ କ୍ଷତି ସରକାରଙ୍କୁ ପଡ଼ି ନଥାନ୍ତା।
ବର୍ଷର ଏପ୍ରିଲ ମାସକୁ ଅର୍ଥ ବିଭାଗର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ମାସ ବୋଲି ଧରାଯାଇଥାଏ। ହେଲେ ଲକ୍ ଡାଉନ ଯୋଗୁଁ ଅର୍ଥବିଭାଗର କର୍ମଚାରୀଙ୍କ ଅଭାବ ଏବେ ରାଜକୋଷକୁ କରୋନା ଜ୍ବର ମାଡିଲା ଭଳି ମାଡି ବସିଛି। ଯାହାଫଳରେ ସରକାର ସିଧାସଳଖ ୯୦୦ରୁ ଅଧିକ କୋଟି ଟଙ୍କା ହରାଇସାରିଲେଣି। ଏହାବାଦ୍ ବିଭିନ୍ନ ବ୍ୟବସାୟୀ କ୍ଷେତ୍ରରୁ ଜିଏସଟି, ଟିକସ ଓ ଅଣଟିକସ ବାବଦକୁ ସରକାର ପ୍ରାୟ ୨ହଜାର କୋଟି ଟଙ୍କା ହରାଇବା ଭଳି ସମ୍ଭାବନା ସୃଷ୍ଟି ହୋଇଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories