www.samajalive.in
Monday, December 8, 2025
14.1 C
Bhubaneswar

ଓଡିଶା ପୁଲିସ ପକ୍ଷରୁ କୋଭିଡ୍-୧୯ ଯୋଦ୍ଧାଙ୍କୁ ସମ୍ମାନ ପ୍ରଦର୍ଶନ

କଟକ: ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ କୋଭିଡ୍-୧୯ ଯୋଦ୍ଧାଙ୍କୁ ସମ୍ମାନ ପ୍ରଦର୍ଶନ ପାଇଁ ରାଜ୍ୟବ୍ୟାପୀ ସମୁହ ନିରବ ପ୍ରାର୍ଥନା ଓ ଶପଥ ପାଠ ପରିପ୍ରେକ୍ଷୀରେ ଓଡିଶା ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ରାଜ୍ୟ ପୁଲିସ ମୁଖ୍ୟାଳୟ, କ୍ରାଇମବ୍ରାଞ୍ଚ ଓ ରାଜ୍ୟ ମାନବାଧିକାର ସୁରକ୍ଷା ସେଲ୍‌ର ୪୦୦ ରୁ ଉର୍ଦ୍ଧ୍ୱ ଅଧିକାରୀ ଓ କର୍ମଚାରୀ  ବକ୍ସିବଜାର ସ୍ଥିତ ରିଜର୍ଭ ପଡିଆ ଠାରେ ଏକତ୍ରିତ ହୋଇ ସମୁହ ନିରବ ପ୍ରାର୍ଥନା ଓ ଶପଥ ପାଠ କରି କରୋନା ଯୋଦ୍ଧାଙ୍କୁ ସମ୍ମାନ ପ୍ରଦର୍ଶନ କରିଥିଲେ। ରାଜ୍ୟ ପୁଲିସର ପାଇପ ବ୍ୟାଣ୍ତ ଦଳ ମଧ୍ୟ ଏଥିରେ ସାମିଲ ହୋଇଥିଲେ।

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ, ଅତିରିକ୍ତ ଡି.ଜି ଶ୍ରୀ ବିନୟତୋଷ ମିଶ୍ର, ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇ.ଜି ଶ୍ରୀମତୀ ରେଖା ଲୋହାନୀ, ଶ୍ରୀ ଯତିନ୍ଦ୍ର କୋଏଲ, ଅମିତେନ୍ଦ୍ର ନାଥ ସିହ୍ନା, ପ୍ରବୀଣ କୁମାର, ଏ.ଆଇ.ଜି ଶ୍ରୀ ବିବେକାନନ୍ଦ ଶର୍ମାଙ୍କ ସମେତ ସମସ୍ତ ଏ.ଆଇ.ଜି, ସଂସ୍ଥା ଅଧିକାରୀ, ଉପ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ସମ୍ମାନ ପ୍ରଦର୍ଶନ କରିଥିଲେ। ଏ.ଆଇ.ଜିବାଳକୃଷ୍ଣ ହୋତା, ସହକାରୀ ଦୁର୍ଗପତି ପଙ୍କଜ କୁମାର ନାୟକ ଓ ସୁବେଦାର ଅଶୋକ କୁମାର ବେହେରା କାର୍ୟ୍ୟକ୍ରମ ପରିଚାଳନା କରିଥିଲେ।

- Advertisement -

ଏହି ଅବସରରେ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ କୋଭିଡ୍ ସଂଗ୍ରାମରେ ସାମିଲ ହୋଇ ପ୍ରାଣବଳୀ ଦେଇଥିବା ୬ ଜଣ ପୁଲିସ କରୋନା ଯୋଦ୍ଧାଙ୍କ ନାମ ପାଠ କରି ସେମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ପ୍ରାଣବଳୀ ଦେଇଥିବା ଏହି ଯୋଦ୍ଧାମାନେ ହେଲେ ଗଂଜାମ ଜିଲ୍ଲା ଭଞ୍ଜନଗର କୋର୍ଟର ଏ.ଏସ୍.ଆଇ ରବିନାରାୟଣ ବେହେରା, ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନାର ଏ.ଏସ୍.ଆଇ ଶିବରାମଦାସ, ବ୍ରହ୍ମପୁର ପୁଲିସ ଜିଲ୍ଲାର ଏ.ଏସ୍,ଆଇ କୃଷ୍ଣଚନ୍ଦ୍ର ମଣ୍ଡଳ, ଗଂଜାମ ଜିଲ୍ଲା ଆସ୍କା ଥାନାର କନେଷ୍ଟବଳ ଗୋଲକ ନାୟକ, ଗଂଜାମ ଜିଲ୍ଲାରେ କାର୍ୟ୍ୟରତ ହୋମଗାର୍ଡ ସତ୍ୟ ରଂଜନ ସେଠୀ ଓ ବ୍ରହ୍ମପୁର ପୁଲିସ ଜିଲ୍ଲାର କାର୍ୟ୍ୟରତହୋମଗାର୍ଡ ଏସ୍. ନରସିଂହ ଦାସ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories