www.samajalive.in
Monday, December 8, 2025
27.1 C
Bhubaneswar

ବିଡିଓଙ୍କୁ କରୋନା, ବ୍ଳକ କାର୍ୟ୍ୟାଳୟ ବନ୍ଦ

ଫୁଲବାଣୀ:କନ୍ଧମାଳ ଜିଲ୍ଲରୁ ଆଜି ପୁଣି ୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରେ ଜଣେ ଗୋଷ୍ଠି ଉନ୍ନୟନ ଅଧିକାରୀ ଓ ଜଣେ ଅଙ୍ଗନବାଡି କର୍ମୀ ଏପରି ୨ ଜଣ କରୋନା ଯୋଦ୍ଧା ଥିବା ବେଳେ ୩ ଜଣ ଆମ୍ବୁଲାନ୍ସ କର୍ମଚାରୀ ମଧ୍ୟ ସଂକ୍ରମିତ ଅଛନ୍ତିି। ଦାରିଙ୍ଗିବାଡ଼ି ବିଡିଓ କରୋନା ଆକ୍ରାନ୍ତ ହେବା ପରେ  ବ୍ଲକ କାର୍ଯ୍ୟାଳୟକୁ ସିଲ୍‍ କରି ଦିଆଯାଇଛି ଏବଂ ସମସ୍ତ କର୍ମଚାରୀଙ୍କୁ ହୋମ କ୍ୱାରେଣ୍ଟାଇନ୍‍ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ଅଂଚଳରୁ ୨କରୋନା ଯୋଦ୍ଧାଙ୍କ ସହିତ ମୋଟ ୧୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩ମହିଳା ଓ ୯ଜଣ ପୁରୁଷ ରହିଛନ୍ତି। ଆଜି ଚିହ୍ନଟ ହୋଇଥିବା ୨କରୋନା ଯୋଦ୍ଧାଙ୍କ ମଧ୍ୟରେ ଦାରିଙ୍ଗବାଡ଼ି ବିଡିଓ ଏବଂ ବ୍ରାହ୍ମଣୀଗାଁ ଅଂଚଳର ଜଣେ ଅଙ୍ଗନବାଡ଼ି କର୍ମୀ ରହିଥିବା ବେଳେ ଦାରିଙ୍ଗବାଡ଼ିର ତୁଡୁକିବାଡ଼ି ଅଂଚଳରୁ ୭ଜଣ ଏବଂ କଣ୍ଟେନମେଣ୍ଟ ଅଂଚଳରୁ ଜଣେ ଏବଂ ୩ଜଣ ପୁର୍ବରୁ ଚିହ୍ନଟ ହୋଇଥିବା ପଜିଟିଭଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

- Advertisement -

ଫୁଲବାଣୀ ସହରରେ କରୋନା ବୃଦ୍ଧିକୁ ନେଇ ଫୁଲବାଣୀ ପୌର ପରିଷଦର ୧୨ ଟି ୱାର୍ଡ଼କୁ ଗତ ଜୁନ ୨୨ ତାରିଖ ଠାରୁ ଲାଗୁ ହୋଇଥିବା କଣ୍ଟେନମେଣ୍ଟ ଜୋନକୁ ପ୍ରଶାସନ ଆଜି ଆଂଶିକ ଉଠାଇ ଦେଇଛି। ପୌରପାଳିକାର ୫ ନଂ ୱାର୍ଡ ଅନ୍ତର୍ଗତ ତୋଟାସାହି, ୮ ନଂ ୱାର୍ଡ ଅନ୍ତର୍ଗତ ନୁଆସାହି, ୯ ନଂ ୱାର୍ଡ ଅନ୍ତର୍ଗତ ଶଗଡିଆ ସାହି ଓ ୧୧ ନଂ ୱାର୍ଡ ଅନ୍ତର୍ଗତ ମୋଚିସାହି ବ୍ୟତିତ ଅନ୍ୟ ସମସ୍ତ ଅଂଚଳରୁ କଣ୍ଟେନମେଣ୍ଟ ପ୍ରତିବନ୍ଧ ହଟାଇ ଦିଆଯାଇଛି। ତେବେ ଜିଲ୍ଲାରେ ୭ ତାରିଖ ପର୍ୟ୍ୟନ୍ତ ଲକଡାଉନ୍‍ ଜାରି ରହିଥିବାରୁ ସହରର ଏହି ସବୁ ଜୋନ ଅଂଚଳରୁ କଣ୍ଟେନମେଣ୍ଟ ଉଠାଇ ଲକଡାଉନ ଲାଗୁ ହୋଇଛି। ଲକଡାଉନ୍‍ ନିୟମ ଅନୁଯାୟୀ କେବଳ ଗୋସେରୀ ସାମଗ୍ରୀ ଦୋକାନ, ପନିପରିବା, ଖୀର ଦୋକାନ ଆଦି ସକାଳ ୭ରୁ ଦିନ ୧ଟା ପର୍ୟ୍ୟନ୍ତ ଖୋଲିପାରିବ। ଔଷଧ ଦୋକାନ, ପେଟ୍ରୋଲ ପମ୍ପ ଆଦି ଦିନ ସାରା ଖୋଲିପାରିବ। ଦିନ ଗୋଟାଏ ପରେ ବିନା କାରଣରେ କେହି ଘରୁ ବାହାରକୁ ବାହାରିପାରିବେ ନାହିଁ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ସେହିଭଳି ରାଇକିଆ ସହର ସମେତ ୧୩ ଟି ଗ୍ରାମରେ ଗତ ୨୫ ଦିନ ଧରି ଲାଗିଥିବା କଣ୍ଟେନମେଣ୍ଟକୁ ମଧ୍ୟ ଉଠାଇ ଦିଆଯାଇଥିବା ବେଳେ ରିପୋର୍ଟ ଲେଖାହେବା ପର୍ୟ୍ୟନ୍ତ ଟିକାବାଲି , ସାରଙ୍ଗଡ଼ , ବାଲିଗୁଡ଼ା ଆଦି କେତେକ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା କଣ୍ଟେନମେଣ୍ଟ ଜାରିରହିଛି।

ଜିଲ୍ଲା ପ୍ରଶାସନ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୧୫ ଜଣ ପୁରୁଷ ଥିବା ବେଳେ ୫ ଜଣ ମହିଳା ଅଛନ୍ତି। ଦାରିଙ୍ଗିବାଡି ବ୍ଲକରୁ ସର୍ବାଧିକ ୧୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ତୁମୁଡିବନ୍ଧ ବ୍ଲକରୁ ୩, ଜି ଉଦୟଗିରିରୁ ୨, ଚକାପାଦରୁ ୨ ଓ କେ ନୁଆଗାଁ ବ୍ଲକ ଅଂଚଳରୁ ଜଣେ ସଂକ୍ରମିତ ଅଛନ୍ତି। ସମସ୍ତ ଚିହ୍ନଟ ସଂକ୍ରମିତଙ୍କୁ ଚିକିତ୍ସା ପାଇଁ କୋଭିଡ୍‍ କେୟାର ସେଂଟର ଓ କୋଭିଡ୍‍ ହସ୍ପିଟାଲରେ ଭର୍ତି କରାଯାଇଛି। ଆଜିର ୨୦ ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାରୁ ୬୯୮ ଜଣ ସଂକ୍ରମିତ ଚିହ୍ନଟ ହେଲେଣି। ସେଥି ମଧ୍ୟରୁ ୪୨୮ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇ ଯାଇଛି। ବାକି ୨୬୮ ଜଣ କୋଭିଡ଼୍‍ ଚିକିତ୍ସାଳୟ ଓ କୋଭିଡ଼୍‍ କେୟାର ସେଣ୍ଟର ମାନଙ୍କରେ ଚିକିତ୍ସିତ ହେଉଥିବା ଜଣାପଡିଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories