www.samajalive.in
Thursday, December 11, 2025
13.1 C
Bhubaneswar

ପାଦରେ ଚାଲି ଚାଲି ଆସୁଥିବା ପ୍ରବାସୀ ଶ୍ରମିକଙ୍କୁ ଓଡ଼ିଶା ପୁଲିସର ସହାୟତା

ଭୁବନେଶ୍ବର : ବହୁ ସଂଖ୍ୟାରେ ପ୍ରବାସୀ ଶ୍ରମିକ ମାନେ ଓଡ଼ିଶା ମଧ୍ୟ ଦେଇ ନିଜ ନିଜ ରାଜ୍ୟ ତଥା ପଶ୍ଚିମବଙ୍ଗ , ଝାଡଖଣ୍ଡ ଓ ବିହାରକୁ ଯାଉଛନ୍ତି। ରାଜ୍ୟ ସରକାରଙ୍କ ପ୍ରୟାସ କ୍ରମେ ଏହି ପ୍ରବାସୀ ମାନଙ୍କୁ ରାଜ୍ୟ ସୀମାର ପହଞ୍ଚାଇବା ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ବସର ବନ୍ଦୋବସ୍ତ କରାଯାଇଛି। ଏହି ସବୁ ବସ ରାଜ୍ୟର ପ୍ରମୁଖ ସୀମା ତନଖି ଫାଟକ ସୋହେଲା , ଗିରିସୋଳା ଓ କେରଡା ଠାରୁ ପ୍ରବାସୀଙ୍କୁ ନେଇ ସେମାନଙ୍କ ରାଜ୍ୟ ସୀମା ନିକଟରେ ଛାଡିବାର ବ୍ୟବସ୍ଥା କରାଯାଇଛି ।

ଗତକାଲି ସନ୍ଧ୍ୟାରେ ଓଡ଼ାଶା ଦେଇ ପାଦରେ ଚାଲି ଚାଲି ଆସୁଥିବା ୨୫୦ରୁ ଉର୍ଦ୍ଧ୍ବ ପ୍ରବାସୀ ଶ୍ରମିଙ୍କୁ ୬ଟି ବସରେ ରାଜ୍ୟ ସୀମାରେ ପହଞ୍ଚାଯାଇଛି। ବରଗଡ଼ର ସୋହେଲା ଠାରୁ ଝାଡଖଣ୍ଡ ରାଜ୍ୟର କିଛି ପ୍ରବାସୀଙ୍କୁ ଦୁଇଟି ବସରେ ବୀରମିତ୍ରପୁର ଠାରେ ଛଡାଯାଇ ଥିବା ବେଳେ ପଶ୍ଚିମବଙ୍ଗର ପ୍ରବାସୀଙ୍କୁ ମୟୁରଭଞ୍ଜର ଜାମସୋଳା ଠାରେ  ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି। ରାୟଗଡ଼ା ଜିଲା କେରଡ଼ା ଠାରୁ ଦୁଇଟି ବସ ଛିତିଶଗଡ଼ର କିଛି ପ୍ରବାସୀଙ୍କୁ ନେଇ ନବରଙ୍ଗପୁର ଓ ନୂଆପଡ଼ା ଜିଲାର ରାଜ୍ୟ ସୀମାରେ ପହଞ୍ଚାଯାଇଛି। ସେହିପରି ବ୍ରହ୍ମପୁର ପୁଲିସ ଦ୍ବାରା ଜିଲାର ଗିରିସୋଳା ଠାରୁ ଦୁଇଟି ବସରେ ପଶ୍ଚିମବଙ୍ଗର କିଛି ପ୍ରବାସୀଙ୍କୁ ମୟୁରଭଞ୍ଜ ଜିଲା ସୀମା ଜାମସୋଳା ଠାରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି ।

- Advertisement -

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories