www.samajalive.in
Friday, December 12, 2025
17.1 C
Bhubaneswar

ରେଳ ଉପକରଣ ଚୋରି, ୩ ଗିରଫ

ସମ୍ବଲପୁର : ଗତ ୧ ରୁ ୩ ତାରିଖ ମଧ୍ୟରେ ସମ୍ବଲପୁର ରେଳ ଷ୍ଟେସନର ୟାର୍ଡ ଅଞ୍ଚଳରୁ ଗୁରୁତ୍ୱପୁର୍ଣ୍ଣ ରେଳବାଇ ସିଗନାଲ ଉପକରଣ ଓ ପଏଣ୍ଟ ୟୁନିଟ ଚୋରି ହୋଇଥିବାର ଏକାଧିକ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ମାମଲା ରୁଜୁ କରି ଆରପିଏଫ ସମ୍ବଲପୁର ଓ ସିଆଇବି (ଆରପିଏଫ) ୟୁନିଟର ଏକ ସଂଯୁକ୍ତ ଦଳ ଘଟଣାର ତଦନ୍ତ କରୁଥିଲେ । ବିଭିନ୍ନ ପାରମ୍ପରିକ ଓ ଟେକନିକାଲ ସୁଚନା ଆଧାରରେ ୩ – ୪ ତାରିଖ ମଧ୍ୟରାତ୍ରିରେ ୩ ଜଣଙ୍କୁ ଧରାଯାଇଥିଲା । ସେମାନଙ୍କ ନିକଟରୁ ଚୋରି ହୋଇଥିବା ରେଳ ଉପକରଣ ଗୁଡିକୁ ଉଦ୍ଧାର କରାଯାଇଛି । ଏହି ଘଟଣାରେ ସଂପୃକ୍ତ ଅନ୍ୟ ୪ ଜଣ ଅଭିଯୁକ୍ତ ଫେରାର ରହିଥିବାବେଳେ ସେମାନଙ୍କୁ ମଧ୍ୟ ଧରିବାକୁ ପୁଲିସ ଚେଷ୍ଟା କରୁଛି । ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କୁ ଗୁରୁବାର ଅଦାଲତକୁ ଚାଲାଣ କରାଯାଇଛି । ରେଳ ପରିସରରେ କୌଣସି ପ୍ରକାରର ସନ୍ଦେହଜନକ ଗତିବିଧି ନଜରକୁ ଆସିଲେ ଯାତ୍ରୀ ଓ ଜନତା ତୁରନ୍ତ ରେଳ ସୁରକ୍ଷାବଳକୁ ସୂଚନା ଦେବାକୁ ରେଳବାଇ ପକ୍ଷରୁ ଅନୁରୋଧ କରାଯାଇଛି ।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories