ପାଟଣା : ପାଟଣା ବ୍ଲକ ମୁଖ୍ୟାଳୟ ବଡ଼ପାଟଣା ପଞ୍ଚାୟତ ମାଧପୁର ଡ୍ୟାମ ସାଇଟରୁ ଆଜି ଦିନ ସମୟରେ କିଛି ଲୋକ ଜଙ୍ଗଲରୁ ୟୁକାଲିପଟାସ ଗଛ କାଟି ନେଉଥିବା ଦେଖାଯାଇଛି।ବନବିଭାଗକୁ ଭୃକ୍ଷେପ ନକରି ବାଇକ ଓ ସ୍କୁଟି ଯୋଗେ ଡ୍ୟାମ ସାଇଡକୁ ଆସି ଲୋକେ ମେସିନ ଲଗାଇ ଗଛକାଟି ନେଉଥିବା ଦେଖାଯାଇଛି। ଏବେବି କିଛି ଶୁଖିଲା ଗଛ କଟା ହୋଇ ପଡିଥିବାବେଳେ ଆଜି ଦିନ ସମୟରେ ମଧ୍ୟ ଗଛ କଟା ଯାଇଛି। ତେବେ ମାଫିଆ ମାନଙ୍କ ଭୟରେ ଦେଖିଥିବା ଲୋକେ ଏହାକୁ ବିରୋଧ କରି ନଥିଲେ।ଏନେଇ ପାଟଣା ବନପାଳ ପିଅନ ନାଏକଙ୍କୁ ଯୋଗାଯୋଗ କରାଯିବାରେ ଘଟଣାର ତଦନ୍ତ କରାଯାଉଥିବା ସେ କହିଛନ୍ତି।
Popular Categories



