www.samajalive.in
Thursday, November 13, 2025
18.1 C
Bhubaneswar

ଅପରେସନ ‘ଅନ୍ଵେଷଣ’, ୫ ଦିନରେ ୩୫୮ ଶିଶୁ ଓ ୨୦୫୯ ମହିଳା ଉଦ୍ଧାର

ଭୁବନେଶ୍ବର : ରାଜ୍ୟ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଆନୁକୂଲ୍ୟରେ ନିଖୋଜ ଶିଶୁ ଓ ମହିଳାମାନଙ୍କ ଉଦ୍ଧାର ପାଇଁ ସ୍ଵତନ୍ତ୍ର ଅଭିଯାନ ‘ଅପରେସନ୍ ଅନ୍ୱେଷଣ’  ଆୟୋଜିତ ହୋଇଯାଇଛି । ୧୮ ଅଗଷ୍ଟରୁ ଆରମ୍ଭ ହୋଇ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିଥିଲା । ଏହି ୫ ଦିନ ମଧ୍ୟରେ ୩୩ ଜଣ ନାବାଳକ, ୩୨୫ ଜଣ ନାବାଳିକା (ସମୁଦାୟ ୩୫୮ ଜଣ ଶିଶୁ) ଏବଂ ୨୦୫୯ ଜଣ ନିଖୋଜ ମହିଳା, ସର୍ବମୋଟ ୨୪୧୭ ଜଣଙ୍କୁ ଉଦ୍ଧାର କରାଯାଇ ପରିବାର ସହିତ ସାମିଲ କରାଯାଇପାରିଛି।

ପୁରୀ ଜିଲ୍ଲାରେ ସର୍ବାଧିକ ୪୫ ଜଣ ନିଖୋଜ ଶିଶୁ  ଓ ୫୦୪  ଜଣ ମହିଳା ଉଦ୍ଧାର ହୋଇଥିବା ବେଳେ ଭଦ୍ରକ ଜିଲ୍ଲାରେ  ୩୭  ଜଣ ନିଖୋଜ ଶିଶୁ ଓ  ୩୧୮ ଜଣ ମହିଳା ଓ କଟକ ଜିଲ୍ଲାରେ ୨୧ ଜଣ ନିଖୋଜ ଶିଶୁ ଓ ୩୦୪ ଜଣ  ମହିଳା ଉଦ୍ଧାର କରାଯାଇପାରିଛି । ଏହି ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ବିଭାଗ ତରଫରୁ ସୂଚନା ଦିଆଯାଇଛି।

Hot this week

ସମ୍ପାଦକୀୟ : ଓଡ଼ିଶାରେ ମାଣ୍ଡିଆ ଗ୍ରାମ

ପାହାଡ଼ ଗାଁରେ ମାଣ୍ଡିଆ ଚାଷ, ସୂରୁଯ ଉଇଁଲେ ଆସଇ ହସ। ଏ...

ସମ୍ପାଦକୀୟ : ପାକିସ୍ତାନୀ ମିଛ , ପୁରୁଣା ଅଭ୍ୟାସର ପୁନରାବୃତ୍ତି

ନିକଟରେ ଦିଲ୍ଲୀର ଲାଲକିଲା ପାଖରେ ହୋଇଥିବା ବିସ୍ଫୋରଣର ଠିକ୍ ପରେ ପରେ...

ସମ୍ପାଦକୀୟ : ଆତଙ୍କବାଦୀ ଓ ତାଙ୍କ ସମର୍ଥକଙ୍କୁ କଠୋର ଦଣ୍ଡ ଦିଆଯାଉ

ଆତଙ୍କବାଦୀ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଲୋକଙ୍କ ବିରୋଧରେ ଆମର ସୁରକ୍ଷା...

ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର ମୁଖ୍ୟ ପରୀକ୍ଷା ବାତିଲ

ଏଏସ୍‌ଓ ମୁଖ୍ୟ ପରୀକ୍ଷା ବାତିଲ କଟକ, ୧୨ା୧୧ (ନି.ପ୍ର): ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌...

Related Articles

Popular Categories