www.samajalive.in
Friday, December 5, 2025
23.1 C
Bhubaneswar

ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୩ ଜଣଙ୍କୁ ଜେଲ୍

ଲାଞ୍ଜିଗଡ : ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁର ଥାନା ଅନ୍ତର୍ଗତ ମନସ୍ତରା ଗାଁର ବୃଦ୍ଧ ଏକୁନା ମାଝୀ(୭୪)ଙ୍କୁ ଗୁଣି ଗାରେଡି ସନ୍ଦେହରେ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ତିନି ଅଭିଯୁକ୍ତ ମନସ୍ତରା ଗାଁର ନରେଶ ମାଝୀ (୨୬), ଚକ୍ର ମାଝୀ (୨୨) ଓ ମୁରଲୀ ମାଝୀ(୨୮)ଙ୍କୁ କୋର୍ଟ ଚାଲାଣ କରିଛି । ଜାମିନ ଆବେଦନ ନାମଞ୍ଜୁର ହେବାରୁ ତିନିଜଣଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ସୂଚନାନୁସାରେ ବୃଦ୍ଧ ଏକୁନା ମାଝୀ ଗତ ଅଗଷ୍ଟ ୨୮ ତାରିଖରୁ ନିଖୋଜ ହୋଇଥିଲେ । ଏହାକୁ ନେଇ ପୁଅ ମଙ୍ଗଳା ମାଝୀ ୨୮ ତାରିଖରେହିଁ ବିଶ୍ୱନାଥପୁର ଥାନାରେ ବାପାର ନିଖୋଜକୁ ନେଇ ଏକ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ନେଇ ପୋଲିସ ମନସ୍ତରା ଗାଁକୁ ଯାଇ ତଦନ୍ତ ଚଲାଇଥିଲା । ୪ ଦିନ ପରେ ବୃଦ୍ଧଙ୍କ ମୃତ୍ୟୁ ରହସ୍ୟ ଉନ୍ମଚନ ହୋଇଥିଲା । ପୋଲିସ ଏହି ଘଟଣାରେ ଗୁଣି ଗାରେଡି ସନ୍ଦେହରେ ଏହି ତିନିଜଣ ଯୁବକ ବୃଦ୍ଧଙ୍କୁ ହତ୍ୟା କରି ନିକଟସ୍ଥ ଜଙ୍ଗଲର ଏକ ଗଛରେ ଝୁଲାଇ ଦେଇଥିବା ତଦନ୍ତ ପରେ ଜାଣିବାକୁ ପାଇ ରବିବାର ସନ୍ଧ୍ୟାବେଳେ ବୃଦ୍ଧଙ୍କ ଶବ ଜବତ କରିବା ଶହ ତିନିଜଣ ଯୁବକଙ୍କୁ ମଧ୍ୟ ଥାନାକୁ ଆଣିଥିଲେ । ସୋମବାର ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଏନେଇ ବିଶ୍ୱନାଥପୁର ଥାନା କେଶ ନଂ ୫୭/୨୫ ରେ ଏକ ମାମଲା ରୁଜୁ କରି ତିନି ଅଭିଯୁକ୍ତ ମନସ୍ତରା ଗାଁର ନରେଶ ମାଝୀ , ଚକ୍ର ମାଝୀ ଓ ମୁରଲୀ ମାଝୀଙ୍କୁ କୋର୍ଟ ଚାଲାଣ କରିଥିବା ବିଶ୍ୱନାଥପୁର ଥାନାଧିକାରୀ ତୁଳସୀରIମ ଶବର ପ୍ରକାଶ କରିଛନ୍ତି ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories