www.samajalive.in
Wednesday, December 10, 2025
18.1 C
Bhubaneswar

‘ବୋଉ ବୁଟୁ ଭୂତ’ର ସୁଟିଂ ସମୟରେ ଭାଙ୍ଗିଲା ଘରର ଆସବାବପତ୍ର, କଲେନି ମରାମତି

ଭୁବନେଶ୍ବର : ନିକଟରେ ମୁକ୍ତିଲାଭ କରିଥିବା ଓଡ଼ିଆ ହରର ଚଳଚ୍ଚିତ୍ର ‘ବୋଉ ବୁଟୁ ଭୂତ’ ବକ୍ସ ଅଫିସରେ ଭଲ ଆୟ କରିଛି । ୨ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ହୋଇଥିବା ଏହି ଚଳଚ୍ଚିତ୍ରଟି ବର୍ତ୍ତମାନ ସୁଦ୍ଧା ୧୭ କୋଟିରୁ ଅଧିକ ଆୟ କରିସାରିଲାଣି । ଚଳଚ୍ଚିତ୍ରରେ ସମସ୍ତେ ଦମଦାର ଅଭିନୟ କରିଥିବାବେଳେ ଫିଲ୍ମରେ ନଜର ଆସୁଥିବା କିଛି ଦୃଶ୍ୟ ଦର୍ଶକଙ୍କ ଲୋମ ଟାଙ୍କୁରି ଦେଇଛି । ଫିଲ୍ମର ସୁଟିଂ କେନ୍ଦୁଝର ଜିଲା ଆନନ୍ଦପୁର ସୀମାନ୍ତ ଠାକୁରମୁଣ୍ଡା ବ୍ଲକ୍ ଧାତିକିଡିହା ପଞ୍ଚାୟତ ଲୁଣିଖିଆ ଗାଁର ସନାତନ ପିଙ୍ଗୁଆଙ୍କ ପୁଅ କୃଷ୍ଣଚନ୍ଦ୍ର ପିଙ୍ଗୁଆଙ୍କ ଘରେ ହୋଇଥିଲା । ତେବେ ସୁଟିଂ ସମୟରେ ଘରର ଅନେକ ଆସବାବପତ୍ର ଭାଙ୍ଗିଯାଇଥିଲା । ଏପରିକି ଘରର ଟାଇଲ ମଧ୍ୟ ଭାଙ୍ଗିଯାଇଥିବା ଘର ମାଲିକ କୃଷ୍ଣଚନ୍ଦ୍ର ଅଭିଯୋଗ ଆଣିଛନ୍ତି ।

- Advertisement -

କୃଷ୍ଣଚନ୍ଦ୍ରଙ୍କ ଅଭିଯୋଗ ଅନୁସାରେ ସୁଟିଂ ସରିଲେ ତାଙ୍କ ଘର ମରାମତି ଏବଂ ରଙ୍ଗ କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ ଫିଲ୍ମର ସୁଟିଂ ସରିବାପରେ ନିର୍ମାତା ଓ କଳାକାରମାନେ ନିଜ ନିଜ ବାଟରେ ଫେରିଯାଇଥିଲେ । ଲୁଣିଖିଆ ଗାଁରେ ଦୀର୍ଘ ୨ ମାସ ଧରି ସୁଟିଂ ହୋଇଥିବାବେଳେ ଅଧିକାଂଶ ସିନ୍ କୃଷ୍ଣଚନ୍ଦ୍ରଙ୍କ ଘରେ ସୁଟ୍ ହୋଇଥିଲା । ସୁଟିଂ ନସରିବା ପର୍ଯ୍ୟନ୍ତ ସେ ଏବଂ ତାଙ୍କ ପତ୍ନୀ କେବଳ ଗୋଟିଏ ଘରେ ବସବାସ କରିଥିଲେ । ଅନ୍ୟ ସମସ୍ତ ବଖରାରେ ସୁଟିଂ ଚାଲିଥିଲା । ଫିଲ୍ମର ଏକ ସିନ୍ ଅନୁସାରେ ଭୂତ ରାଗିଯାଇ ଅପରାଜିତାଙ୍କୁ ଚାହୁଁଛି ଏବଂ ସେହି ସମୟରେ ଘରର ସମସ୍ତ ସାମଗ୍ରୀ ମନକୁ ମନ ଭାଙ୍ଗିଯାଉଛି । କୃଷ୍ଣଚନ୍ଦ୍ରଙ୍କୁ ଏ ବାବଦରେ ସମସ୍ତ କ୍ଷତିପୂରଣ ଦିଆଯିବାକୁ ପ୍ରତିଶ୍ରୁତି ଦିଆଯାଇଥିବା ସେ କହିଛନ୍ତି । କିନ୍ତୁ ପୂର୍ବ ପ୍ରତିଶ୍ରୁତି ଅନୁସାରେ ଘର ମରାମତି କିମ୍ବା ରଙ୍ଗ କରିବାକୁ ପଇସା ଦେଇନଥିବା କୃଷ୍ଣଚନ୍ଦ୍ର ଦୁଃଖର ସହ ପ୍ରକାଶ କରିଛନ୍ତି । ତାଙ୍କ ଘରକୁ ଏବେ ଆଖପାଖ ଅଞ୍ଚଳର ଲୋକଙ୍କ ସୁଅ ଛୁଟିଛି । ପ୍ରତିଦିନ ନୂଆ ନୂଆ ୟୁଟ୍ୟୁବର ତାଙ୍କ ଘରେ ପହଞ୍ଚି ବ୍ଲଗ୍ କରୁଛନ୍ତି ଏବଂ ଏହି ସ୍ଥାନରେ ‘ବୋଉ ବୁଟୁ ଭୂତ’ର ସୁଟିଂ ହୋଇଥିବା କହୁଛନ୍ତି । ଏବେ କୃଷ୍ଣଚନ୍ଦ୍ର ସାମାଜିକ ଗଣମାଧ୍ୟମରେ ଲୋକପ୍ରିୟ ହୋଇସାରିଛନ୍ତି କିନ୍ତୁ ଫିଲ୍ମର ନିର୍ମାତା ତାଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ ନକରିବା ତାଙ୍କୁ ଦୁଃଖ ଦେଇଥିବା ସେ କହିଛନ୍ତି ।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories